ମଣ୍ଡିରୁ ଧାନ ଉଠିବା ଦାବିରେ , ରାସ୍ତା ରୋକ କଲେ ଚାଷୀ ନର୍ଲା – ବିଧାୟକଙ୍କ ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ

ଓଡ଼ିଶା ତାଜା ନ୍ୟୁଜ (୧୧ ଫେବୃଆରୀ ଗୁରୁବାର) କଳାହାଣ୍ଡି : – ବନ୍ଦ ହେବାର ନାଁ ନେଉନାହିଁ ଚାଷୀଙ୍କ ସମସ୍ୟା। ବର୍ଷ ଯାକର କଷ୍ଟ ଉପାର୍ଜିତ ଧାନକୁ ମଣ୍ଡିରେ ପକାଇ ଶିତ କାକରରେ ପଡି ରହିଛି ଚାଷୀ।ନର୍ଲା ବ୍ଲକର ବିଭିନ୍ନ ମଣ୍ଡିରେ ହଜ଼ାର ହଜାର କୁଇଣ୍ଟାଲ ଧାନ ପଡି ରହି ଥିବରୁ ଚାଷୀ ହନ୍ତସନ୍ତ ହୋଇ ଆଜି ନର୍ଲା ରାଜରାସ୍ତାକୁ ଅବୋରଧ କରିଥିଲେ। ପରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଘଟଣାସ୍ଥଳରେ ପହଂଚି ଚାଷୀଙ୍କ ସହ ଆଲୋଚନା କରି ମଣ୍ଡିରୁ ଧାନ ଉଠାଇବା ବ୍ୟବସ୍ତା କରିବା ପରେ ଚାଷୀ ରାଜରାସ୍ତାରୁ ଓହରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।

ଏହି ଅବରୋଧରେ ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ, ଜ଼ିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ନାୟକ, ଚାଷୀ ଅନିରୁଦ୍ଧ ବିଶ୍ୱାଳ, କୁମୁଦ ନାୟକ, ତପୀନ୍ଦ୍ର ଗୌଡ଼ିଆ ପ୍ରମୁଖ ସହ ବହୁ ଚାଷୀ ଉପସ୍ଥିତ ଥିଲେ। ରାସ୍ତା ଅବରୋଧ ସମୟରେ ବିଧାୟକ ଭୂପିନ୍ଦର ସିଂ ଓ ଚାଷୀଙ୍କ ମଧ୍ୟ୍ୟରେ କିଛି ସମୟ ତର୍କ ବିତର୍କ ଜୋର ଧରିଥିବା ଦେଖାଯାଇଥିଲା । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version