ଲଖମରା ଉଚ୍ଚ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର ) ପଦ୍ମପୁର  :- ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ,ଲଖମରା ଠାରେ ପ୍ରଧାନଶିକ୍ଷକ ଶ୍ରୀ ହେମକାନ୍ତ ସୁନାଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ଗାଇଡ କ୍ୟାପଟେନ ରଶ୍ମିତା ଡନସନା ପ୍ରଥମେ ଗାଇଡ ଛାତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇ

ଏକ ରାଲି ରେ ବାହାରି ଗ୍ରାମ ପରିକ୍ରମା କରିଥିଲେ ଓ ପଥଚାରୀ,ବାଇକ ଆରୋହୀ ମାନଙ୍କୁ ସଚେତନ କରାଇଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

 

Exit mobile version