ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ିଗଲେ ଶ୍ରୀ ଡଙ୍କନାସନ ଜୀଉ — କୋମଣ୍ଡ

ଓଡ଼ିଶା ତାଜା ନ୍ୟୁଜ୍ ( ୧୧ ଫେବୃଆରୀ ଗୁରୁବାର ) ଓଡ଼ଗାଁ :- ମନ୍ଦିରରେ ଅଘଟଣ । କୋମଣ୍ଡ ବିଜେ ଶ୍ରୀ ଶ୍ରୀ ଡ଼ଙ୍କନାସନ ଜୀଉ ସମ୍ପୂର୍ଣ୍ଣ ଭାବେ ପୋଡିଯାଇଥିବା ସୂଚନା ମିଳିଛି । ଆଜି ସକାଳୁ ସକାଳୁ ଠାକୁରଙ୍କ ନୀତିକାନ୍ତି ପରେ ପୂଜାଳୀ କବାଟ ବନ୍ଦକରି ବାହାରକୁ ଚାଲିଯାଇଥିଲେ । ନୀତିକାନ୍ତି ପରେ ସମ୍ପୂର୍ଣ୍ଣ ପୋଡ଼ିଗଲେ ଶ୍ରୀ ଡଙ୍କନାସନ ଜୀଉ

ଏହି ସମୟରେ ମନ୍ଦିର ଭିତରୁ ନିଆଁ ଦେଖି ସ୍ଥାନୀୟ ଲୋକମାନେ ଓଡ଼ଗାଁ ଅଗ୍ନିସମ ବିଭାଗ କୁ ଖବର ଦେଇଥିଲେ । ତୁରନ୍ତ ଅଗ୍ନିସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ନିଆଁ ଲାଗି ଶ୍ରୀ ଜୀଉ ମାନେ ସମ୍ପୂର୍ଣ ପୋଡିଯାଇଥିବା ସୂଚନା ମିଳିଛି ।

ପୂଜାରୀଙ୍କର ଅବହେଳା ପାଇଁ ଏହିପରି ଘଟଣା ଘଟିଛି । ଗାଁ ରେ ଏକ ଜରୁରୀ ବୈଠକ ଡକାଯାଇଥିବାର ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି । ଏବଂ ଗାଁ ସାରା ଲୋକ ଉପବାସ ରହିଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version