ଅପହରଣ ହେଇଥିବା ଶିଶୁପୁତ୍ରକୁ ଉଦ୍ଧାର କଲା ବଡ଼ଚଣା ପୋଲିସ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବୃଆରୀ ବୁଧବାର ) ବଡ଼ଚଣା :-  ବଡ଼ଚଣା ଥାନା ଅନ୍ତର୍ଗତ ଖୋସାଲିପୁରର ଏକ ଆଦିବାସୀ ବସ୍ତିରୁ ଡିସେମ୍ବର ୨୪ ତାରିଖରେ ଏକ ୪ ବର୍ଷର ଶିଶୁ ନିଖୋଜ ହୋଇଯାଇଥିଲା । ଯାହାକୁ ନେଇ ପରିବାର ଲୋକେ ବ୍ୟସ୍ତ ବିବ୍ରତ୍ତ ହୋଇପଡ଼ିଥିଲେ ଓ ସଙ୍ଗେ ସଙ୍ଗେ ଧନମଣ୍ଡଳ ଫାଣ୍ଡିରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଧନମଣ୍ଡଳ ଫାଣ୍ଡି ଓ ବଡ଼ଚଣା ପୋଲିସ ମିଳିତ ଭାବେ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲେ । ଯାଜପୁର ଏସ୍ ପି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିଖୋଜ ଶିଶୁପୁତ୍ରର ପରିବାର ସହ ଭେଟି ଘଟଣା ସମ୍ପର୍କରେ

ବୁଝିବା ସହ ବଡ଼ଚଣା ପୋଲିସ ନେତୃତ୍ୱରେ ଏକ ଟିମ ଗଠନ କରିଥିଲେ ଓ ସମସ୍ତ ସ୍ଥାନରେ ନିଖୋଜ ଶିଶୁ ପୁତ୍ର ର ପୋଷ୍ଟର ମାରି ଖୋଳ ତାଡ଼ କରିଥିଲା ପୋଲିସ । ସଫଳ ମଧ୍ୟ ହୋଇଥିଲା ବଡ଼ଚଣା ପୋଲିସ । ଗତ କାଲି ଉକ୍ତ ଶିଶୁପୁତ୍ରଟିକୁ ତାଳଚେର ରେ ଥିବା ଖବର ପାଇ ତୁରନ୍ତ ବଡ଼ଚଣା ପୋଲିସର ଏକ ଟିମ୍ ତାଳଚେରରୁ ଶିଶୁପୁତ୍ରଟିକୁ ଉଦ୍ଧାର କରି ଶିଶୁଟିକୁ ସ୍ଥାନୀୟ ଶିଶୁ ସୁରକ୍ଷା ଅଧିକାରୀ ହେପାଜତରେ ରଖିଥିଲେ । ବଡ଼ଚଣା ପୋଲିସ ଶିଶୁପୁତ୍ରଟିକୁ ଉଦ୍ଧାର କରି ବଡ଼ଚଣା ଥାନା ପରିସରକୁ ଆଣି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଓ ଏହି ଅପହରଣ ରେ ସମ୍ପୃକ୍ତ ଦୃର୍ବୁତଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ବଡ଼ଚଣା ପୋଲିସ କହିଛନ୍ତି ।
( ରିପୋର୍ଟର – ବିକାଶ ସାହୁ )

Exit mobile version