ଯୁବମଞ୍ଚ ଜଟଣୀ ସିଟି ଓ ଅଖିଳ ଭାରତୀୟ ମହିଳା ସମ୍ମିଳନୀ ଜଟଣୀ ପକ୍ଷରୁ – ରକ୍ତ ଦାନ ଶିବିରରେ ୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବୃଆରୀ ବୁଧବାର) ଜଟଣୀ :- ମାରୱାଡି ଯୁବମଞ୍ଚ ଜଟଣୀ ସିଟି ଓ ଅଖିଳ ଭାରତୀୟ ମହିଳା ସମ୍ମିଳନୀ ଜଟଣୀ ପକ୍ଷରୁ ଓ ସୁରକ୍ଷାମଞ୍ଚ ଜଟଣୀ ସହଯୋଗରେ ଏକ ରକ୍ତଦାନ ଶିବିର , ସ୍ଥାନୀୟ ସରାଫ୍ଧ ର୍ମଶାଳା, ଜଟଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରରେ ୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି ।

ଏହି ଅବସରରେ ମାରୱାଡି ଯୁବ ମଞ୍ଚ ର ସଭାପତି ଶ୍ରୀ ସତୀଶ ଶର୍ମା, ସମ୍ପାଦକ ଶ୍ରୀ ଶ୍ଯାମ ଯୋଷୀ ଓ ଗୋବିନ୍ଦ ସୋନି,ମୁକେଶ, କ୍ରୀଷାନ୍, ଆଶିଷ,ବିକାଶ, ଦୀପକ, ବିଶ୍ବନାଥ, ରାହୁଲ ପ୍ରମୁଖ ଉପସ୍ଥିତ ଥିଲେ । ଅଖିଳ ଭାରତୀୟ ମହିଳା ସମିତି ର ସଭାନେତ୍ରୀ ଶ୍ରୀମତି ମୀନା ତୁଳସୀୟାନ ଓ ସମ୍ପାଦୀକା ଶ୍ରୀମତି ମନିଷା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ସୁରକ୍ଷା ମଞ୍ଚ,ଜଟଣୀ ତରଫରୁ ସଭାପତି ଶ୍ରୀଯୁକ୍ତ ଶିବ ଯୋଶୀ, ସମ୍ପାଦକ ଶ୍ରୀ ଚିତ୍ତ ରଂଜନ ପ୍ରଧାନ, ମନମୋହନ ଶତପଥୀ, ଚିତ୍ତ ରଂଜନ ସ୍ବାଇଁ, ପ୍ରିତମ ମିଶ୍ର, ଦୀପ୍ତି ରଞ୍ଜନ ମାର୍ଥା ,ହୃଷିକେଶ ସେଠୀ, ସୁଧାଂଶୁ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । (ଜଟଣୀ ରୁ ଇଫତେଖାର ଅଲ୍ଲୀ)

Exit mobile version