ଏଇମାନେ ହିଁ “ନୟାଗଡ଼ ଦର୍ପଣ” ପୁସ୍ତକର ପ୍ରଚ୍ଛଦ ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବୃଆରୀ ବୁଧବାର) ନୟାଗଡ :- ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦର୍ପଣ ପବ୍ଲିକେଶନର ଏକ ସମୟୋପଯୋଗୀ ପୁସ୍ତକ “ଏଇମାନେ ହିଁ ନୟାଗଡ଼ ଦର୍ପଣ”ର ପ୍ରଚ୍ଛଦ ପୂଜନ କାର୍ଯ୍ୟକ୍ରମ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ନିରାଡ଼ମ୍ବର ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ କହିଥିଲେ ଯେ, ନୟାଗଡ଼ ଜିଲ୍ଲାର ନାଁ’କୁ ସାରା ଓଡ଼ିଶାରେ ପରିଚିତ କରିଥିବା ଏବଂ ସୁନାମ ଆଣିଥିବା ବ୍ୟକ୍ତି ବିଶେଷ ହିଁ ସମାଜର ଦର୍ପଣ ସଦୃଶ ଆଉ “ଏଇମାନେ ହିଁ ନୟାଗଡ଼ ଦର୍ପଣ”।

ନୟାଗଡ଼ ଦର୍ପଣ ଏବଂ ଦର୍ପଣ ପବ୍ଲିକେଶନ ନୟାଗଡ଼ର ପ୍ରକୃତ ସାଧକମାନଙ୍କୁ ଲୋକ ଲୋଚନକୁ ଆଣୁଥିବାର ଏହି ଅଭିନବ ପ୍ରୟାସକୁ ଯୋଗଦେଇଥିବା ଅତିଥିମାନେ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟକାର ଏବଂ ସାହିତ୍ୟିକ ବିଶ୍ଵନାଥ ମହାପାତ୍ର, ଶରତ ଆଚାର୍ଯ୍ୟ, ଗୋଦାବରୀଶ ମିଶ୍ର, ଉମେଶ ମହାପାତ୍ର, ବସିରନ ବିବି, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ପ୍ରଦୀପ୍ତ ରଥ, ଯଯାତି କେଶରୀ ମହାପାତ୍ର, କିଶୋର ଚନ୍ଦ୍ର ମହାପାତ୍ର, ପ୍ରଭାତ କୁମାର ମହାପାତ୍ର, ବିକ୍ରମ କେଶରୀ ନାୟକ, ମଦନ ମଲ୍ଲିକ ଯୋଗଦେଇଥିବା ବେଳେ ଦର୍ପଣ ପବ୍ଲିକେଶନର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version