ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପରିଦର୍ଶନ କଲେ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ – ନୂଆଗାଁ

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ବ୍ଲକ୍ ପ୍ରଶାସନ ଦ୍ବାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନୂଆଗାଁ ବ୍ଲକ୍ ର ୨୨ ଟି ପଞ୍ଚାୟତ ରୁ ବିଭିନ୍ନ ବିଭାଗରେ ୨୧୮ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ । ୨୧୮ ଜଣ ଭିନ୍ନକ୍ଷମ ଙ୍କ ମଧ୍ୟରେ ଅ ସ୍ତିଶୈଲ୍ୟ ବିଭାଗରେ ୧୩୩ ଜଣ, ଶ୍ରବଣ ବାଧିତ ୪୦ ଜଣ,ଦୃଷ୍ଟି ବାଧିତ ୨୪ ଜଣ,ମାନସିକ ବିକାର ଗ୍ରସ୍ତ ୨୧ଜଣ ସାର୍ଟିଫିକେଟ ପ୍ରାପ୍ତ କରିଥିଲେ ।

ଅସ୍ତିଶୈଲ୍ୟ ବିଭାଗ ଡାକ୍ତର ବି ଏସ ରାଓ, ମାନସିକ ବିକାର ଗ୍ରସ୍ତ ବିଭାଗ ଡାକ୍ତର ଶତ୍ରୁଘ୍ନ ନାୟକ,ଚକ୍ଷୁ ବିଭାଗ ଡାକ୍ତର ପିଟି ସାହୁ ଭିନ୍ନକ୍ଷମ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ଭୀମଭୋଇ ସାମର୍ଥ୍ୟ ଶିବିର ପରିଦର୍ଶନ କରିଥିଲେ । ବ୍ଲକ୍ ସାମାଜିକ ଅଧିକାରୀ ନିରଞ୍ଜନ ସାହୁ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସାଧୁ ଚରଣ ସାହୁ ଏହି ଶିବିର ପରିଚାଳନା କରିଥିବା ବେଳେ ବ୍ଲକ୍ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।(ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)  

Exit mobile version