ଶ୍ରୀରାମ ଜନ୍ମଭୂମି ନିଧି ସମର୍ପଣ

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ନୟାଗଡ଼ :-  ଶ୍ରୀରାମ ଜନ୍ମଭୂମି ପବିତ୍ର ତୀର୍ଥ କ୍ଷେତ୍ର ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ନିଧି ସମର୍ପଣ ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଘେସରା ଏକ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀଙ୍କୁ ସାଧ୍ୟମତେ ଦାନ ରାଶି ଦେବା ପାଇଁ ଅନୁରୋଧ କରାଯାଇଥିଲା । ଏଥିରେ ଗ୍ରାମର ଟିକୁ ହୋତା,ଭୂବନ ବଞୀରା,ନେପାଲ ପ୍ରଧାନ,ଝସ କେତନ ପ୍ରଧାନ,ବଳରାମ ନାଏକ,ଡୋଲାମଣି ସାହୁ,କିଶୋର ଭୋଇ,ଭୀଷ୍ମଦେବ ସାହୁ ସମେତ ଗ୍ରାମବାସୀ ଯୋଗ ଦେଇଥିଲେ । ଏଥିରେ ଗ୍ରାମବାସୀ ଉତ୍ସାହ ସହିତ ଭବ୍ଯ ରାମ ମନ୍ଦିର ନିର୍ମାଣ ଗାରରେ ସହଯୋଗ କରିଥିଲେ ।  ପ୍ରତ୍ୟେକ ପୁର ପଲ୍ଲୀରୁ ଦାନ ରାଶି ସଂଗ୍ରହ କରି ମନ୍ଦିର ନିର୍ମାଣ କରିବାକୁ ଲକ୍ଷ ରଖା ଯାଇଛି । ସମସ୍ତ ରାମ ଭକ୍ତଙ୍କ ଦାନ ରାଶିରୁ ମନ୍ଦିର ହେଉ ଥିବାରୁ ସମସ୍ତେ ଗର୍ବ ଅନୁଭବ କରିପାରିବେ ବୋଲି ନେତୃ ମଣ୍ତଳୀ ଗ୍ରାମବାସୀଙ୍କୁ ଜଣାଇ ଥିଲେ ।  ( ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version