ଜିଲ୍ଲାସ୍ତରୀୟ ଫାଇଲେରିଆ ନିରାକରଣ ସଚେତନତା ବୈଠକ – ନୟାଗଡ଼

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ନୟାଗଡ଼ :- ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟଗତ ବୈଠକ ଫାଇଲେରିଆ ନିରାକରଣ-୨୦୨୧ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଦିବା ୧୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ତା.୧୦.୦୨.୨୦୨୧ ଠାରୁ ତା. ୧୯.୦୨.୨୦୨୧ରିଖ ପର୍ଯ୍ୟନ୍ତ ଫାଇଲେରିଆ ବା ବାତଜ୍ୱର ନିରାକରଣ ନିମନ୍ତେ ଏକକାଳୀନ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡି.ଇ.ସି. ଔଷଧ ସହ ଆଲବେଣ୍ଡାଜୋଲ ବଟିକା ବୟସ ଅନୁପାତରେ ଲୋକମାନଙ୍କୁ ଖାଇବାକୁ ଦିଆଯିବ । ଏହି ଔଷଧ ଆଶାକର୍ମୀ, ଅଙ୍ଗନବାଡ଼ିକର୍ମୀ ଓ ସ୍ୱେଚ୍ଛାସେବୀମାନେ ପ୍ରଦାନ କରିବେ ।

ଏହି ଔଷଧର ସାଧାରଣତଃ କୌଣସି ପାଶ୍ୱର୍ପ୍ରତିକ୍ରିୟା ନ ଥାଏ । ଏହି ଔଷଧକୁ ଖାଦ୍ୟ ଖାଇବା ପରେ ଖାଇବା ଆବଶ୍ୟକ । ଫାଇଲେରିଆ କୀଟାଣୁ ଥିବା ଲୋକଙ୍କ ଠାରେ ଔଷଧ ଖାଇବା ପରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇପାରେ । କିଛି ସମୟ ପରେ ଆପେ ଆପେ ଭଲ ହୋଇଯାଇଥାଏ ଏହି ଔଷଧକୁ ସେବନ କରିବା ଦ୍ୱାରା ଫାଇଲେରିଆ ବା ବାତଜ୍ୱର ନିୟନ୍ତ୍ରଣ ହୋଇଥାଏ । ଏହି ଔଷଧ ଗର୍ଭବତୀ ମହିଳା ଏବଂ ଦୁଇବର୍ଷରୁ କମ ବୟସର ଶିଶୁ ଓ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଦିଆଯିବନାହିଁ ୨ବର୍ଷ ରୁ ଅଧିକ ଓ ୫ବର୍ଷରୁ କମ ବୟସର ଶିଶୁକୁ ୧ଗୋଟି ଡି.ଇ.ସି. ବଟିକା ଓ ୧ଗୋଟି ଆଲବେଣ୍ଡାଜୋଲ ବଟିକା ଦିଆଯିବ ।

ସେହିପରି ୬ବର୍ଷରୁ ଅଧିକ ଓ ୧୪ବର୍ଷରୁ କମ ବୟସର ଶିଶୁଙ୍କୁ ୨ଗୋଟି ଡି.ଇ.ସି. ବଟିକା ଓ ୧ଗୋଟି ଆଲବେଣ୍ଡାଜୋଲ ବଟିକା ପ୍ରଦାନ କରାଯିବ । ୧୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୩ଗୋଟି ଡି.ଇ.ସି. ବଟିକା ଓ ୧ଗୋଟି ଆଲବେଣ୍ଡାଜୋଲ ବଟିକା ପ୍ରଦାନ କରାଯିବ । ନୟାଗଡ଼ ଜିଲ୍ଲାରୁ ଯେଭଳି ମ୍ୟାଲେରିଆ ନିରାକରଣ କରାଯାଇପାରିଛି ସେହିଭଳି ଫାଇଲେରିଆ ରୋଗକୁ ସଂପୂର୍ଣ ଦୂର କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ରୋଗ ଥିବାର ଜଣାଯାଇଛି ।

ଏହାର ଏକ ସାରଣୀ ଏଥି ସହିତ ପ୍ରଦାନ କରାଗଲା । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରସାଦ ମିଶ୍ର,ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ତାରକା ପ୍ରସନ୍ନ ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଏବଂ ସମସ୍ତ ଗଣମାଧ୍ୟମର ପ୍ରତିନିଧି ଯୋଗଦାନ କରିଥିଲେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ , ନୟାଗଡ଼

Exit mobile version