ଓଡ଼ଗାଁ ଆଦର୍ଶ ଥାନା ଓ ରଘୁନାଥ ସମବାୟ ମହାବିଦ୍ୟାଳୟ କଲେଜ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

?????????????????????????????????????????????????????????

ଓଡ଼ିଶା ତାଜା ନ୍ୟୁଜ୍ (୯ ଫେବୃଆରୀ ମଙ୍ଗଳବାର ) ଓଡ଼ଗାଁ  :- ଓଡ଼ଗାଁ ଆଦର୍ଶ ଥାନା ଏବଂ ରଘୁନାଥ ସମବାୟ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଓଡ଼ଗାଁ ଆଦର୍ଶ ଥାନା ଆଇ.ଆଇ.ସି ପ୍ରଜ୍ଞା ପାରମିତା ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଠାରୁ କଲେଜ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ଏକ ସଚେତନତା ରାଲି ବାହାରି ସିନେମାହଲ ଛକ ପର୍ଯ୍ୟନ୍ତ ଯାଇଥିଲା ।ଜୀବନ ବହୁତ ମୂଲ୍ୟବାନ ଏହାର ଯତ୍ନନେବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ।

ରାସ୍ତାରେ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା ,ଟ୍ରାଫିକ ନିୟମ ମାନିବା ,ମଦ୍ୟପାନ କରି ଗାଡି ଚଳାଇବାରୁ ନିବୃତ୍ତ ରହିବା ,ବିଶେଷ କରି ଯୁବକମାନେ କ୍ଷିପ୍ର ଗତିରେ ଗାଡି ଚଲାଇବାନାହିଁ ଆଜି ବିଷୟ ଉପରେ ଚାଳକ ମାନଙ୍କୁ ସଚେତନତା କରିବା ସହ ହେଲମେଟ ପିନ୍ଧିଥିବା ବ୍ୟକ୍ତିବିଶେଷଙ୍କୁ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ଗୋଲାପ ଫୁଲ ଦେଇ ସ୍ୱାଗତ କରିବା ସହ ଅମାନିଆ ଚାଳକଙ୍କୁ ସଚେତନତା ବାର୍ତା ବଣ୍ଟନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ଆଦର୍ଶ ଥାନା ଏସ.ଆଇ ସଞ୍ଜୟ କୁମାର ପରିଡା,ସ୍ନେହଲତା ପ୍ରଧାନଙ୍କ ସମେତ ଆର.ଏସ.ଏମ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଗଣ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version