ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଚାଳକ ଓ ଯାତ୍ରୀ

ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବୃଆରୀ , ସୋମବାର ) ମାହାଙ୍ଗା  :- ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ମଧୁପୁର ଅଞ୍ଚଳରେ , ଆଜି ସକାଳେ ଏକ କାର ଜୟପୁରରୁ ପୁରସ୍ତମପୁର ଯିବା ବାଟରେ ହଠାତ ରାସ୍ତା ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିଲା,

ସୌଭାଗ୍ୟ ବଶତଃ ଗାଡ଼ିରେ ଥିବା ଚାଳକ ସହ ଅନ୍ୟ ଦୁଇ ଯାତ୍ରୀ ଗାଡ଼ିରୁ ଓଲ୍ହାଇ ପଡ଼ିଥିଲେ, ଗାଡିଟି ହୁ ହୁ ହୋଇ ଜଳୁଥିବା ବେଳେ ଖବର ପାଇ , କୁଅଁପାଳ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ,ଏଥିରେ , କାହାର କିଛି କ୍ଷତି ନହେଇଥିବା ସ୍ଥାନୀୟ ଲୋକଙ୍କ ସୂଚନା ।

Exit mobile version