ଛୁଆ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡିଲେ ଯୁବକ

ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବୃଆରୀ , ସୋମବାର ) ବଡ଼ଚଣା :- ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଚଣା ଗ୍ରାମର ହରିଜନ ସାହିରେ ୨ଯୁବକ ପିଲା ଚୋରି କରିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡିଥିଲେ । ସାରା ଓଡ଼ିଶାରେ ବର୍ତ୍ତମାନ ଛୋଟ ଶିଶୁ ଅପହରଣ ର ଆତଙ୍କ ଖେଳିଯାଇଥିବା ବେଳେ ପିଲାଚୋରି ଏବେ ସାରା ଓଡିଶାରେ ଚହଳ ସୃଷ୍ଟି କରିଛି । କେବଳ ପ୍ରଶାସନ ନୁହେଁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ପିଲା ଚୋରି ଏକ ପ୍ରକାର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଲୋକେ ପିଲାମାନଙ୍କୁ ସ୍କୁଲ , ଟିଉସନ୍ ଭଳି ଶିକ୍ଷାନୁଷ୍ଠାନ ତ ଦୂରର କଥା ନିଜ ଗ୍ରାମରେ ଖେଳିବାକୁ ଛାଡ଼ିବା ପାଇଁ ମଧ୍ୟ ଡର ପ୍ରକାଶ କରୁଛନ୍ତି । ଆଜି ଆଉ ଏକ ପିଲା ଚୋର ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଚଣା ଗ୍ରାମର ହରିଜନ ସାହିରେ ପଶି ସେହି ସାହିର ଏକ ଛୋଟ ପିଲାକୁ ଚୋରି କରି ନେବା ସମୟରେ ସ୍ଥାନୀୟ ଲୋକଙ୍କୁ ସନ୍ଦେହ ହେଇଥିଲା ଲୋକ ମାନେ ଉକ୍ତ ୨ବ୍ୟକ୍ତି ଙ୍କୁ ଅଟକାଇ ପଚାରିବା ସମୟରେ ୨ ପିଲାଚୋର ଖସିଯିବା ପାଇଁ ଚେଷ୍ଟା କରିଥିଲେ ।

ସ୍ଥାନୀୟ ଲୋକ ଓ ୨ ପିଲା ଚୋରଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଜଣେ ପିଲା ଚୋର ଖସି ପଳେଇଥିଲେ ଏବଂ ଜଣକୁ କାବୁ କରିନେଇଥିଲେ ଗ୍ରାମବାସି । ସଙ୍ଗେ ସଙ୍ଗେ ସ୍ଥାନୀୟ ବଡ଼ଚଣା ଥାନାକୁ ଫୋନ କରି ଜଣେଇଥିଲେ ଖବର ପାଇ ବଡ଼ଚଣା ଥାନା ଆଇଆଇସି ପ୍ରିୟବ୍ରତ ରାଉତ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପିଲାଚୋରକୁ ଗିରଫ କରି ଥିଲେ ଓ ମେଡିକାଲ ଟେଷ୍ଟ ପାଇଁ ସ୍ଥାନୀୟ ବଡ଼ଚଣା ଡାକ୍ତରଖାନା କୁ ପଠେଇଥିଲେ । ଅଭିଯୁକ୍ତ ଙ୍କ ନାଁରେ ଏକ ମାମଲା ରୁଜ୍ଜୁ କରି ଗିରଫ କରାଯାଇଥିବା ଜଣା ଯାଇଛି , ଉକ୍ତ ଅଭିଯୁକ୍ତ ଟି ନିଜକୁ ପିଲା ଚୋର ବୋଲି ମାନିଥିବା ର ସୂଚନା ମିଳିଛି । ସ୍ଥାନୀୟ ଲୋକ ପିଲାଚୋରି କରୁଥିବା ସମୟରେ ରେଡ୍ ହ୍ୟାଣ୍ଡ ଧରିଥିବାର ମଧ୍ୟ ସୂଚନା ମିଳିଛି । ( ରିପୋର୍ଟ – ବିକାଶ ସାହୁ )

 

Exit mobile version