ଟୋକନ ଥାଇ ବିକ୍ରୟ ହେଉନି ଧାନ, ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଲେ ଚାଷୀ

ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବୃଆରୀ, ସୋମବାର ) ପଦ୍ମପୁର :- ବର୍ତ୍ତମାନ ସମୟରେ ଧାନମଣ୍ଡି ଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା ହେଉଥିବାର ନଜିର ରହିଛି, ମାସ ମାସ ଧରି ଟୋକନ ଥାଇମଧ୍ୟ ଧାନ ବିକ୍ରି କରି ନ ପରିବା ଯୋଗୁଁ ଚାଷୀକୁଳ ହତାଶ ହେବା ସ୍ବାଭାବିକ. ଅନେକ ଯୋଗ୍ୟ ଚାଷୀ ନିଜର କଷ୍ଟୋପାର୍ଜିତ ଧାନକୁ ବିକ୍ରି କରିବା ପାଇଁ ସବୁ ପ୍ରଚେଷ୍ଟା ରେ ବିଫଳ ହେବା ପରେ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେବା ଘଟଣା ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ମୁଣ୍ଡୋମହୁଲ ଗ୍ରାମର ରମେଶ ଚନ୍ଦ୍ର ସାହୁ ନାମକ ବ୍ୟକ୍ତି ଚଳିତ ଖରିଫ ଋତୁ ରେ ଅମଳ କରିଥିବା ଧାନକୁ ମଣ୍ଡିରେ ବିକ୍ରି କରିବା ପାଇଁ ମଣ୍ଡି କୁ ଧାଇଁ

ଧାଇଁ ହଇରାଣ ହୋଇଯାଇଛନ୍ତି ଶେଷରେ ସେ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ରେ ଲିଖିତ ଭାବେ ଅନୁରୋଧ କରିଛନ୍ତି ।
ଧାନ ବିକ୍ରି ନହେଲେ ତାଙ୍କ ପରିବାର ପ୍ରତିପୋଷଣ ରେ ଅସୁବିଧା ହେଉଥିବାରୁ ସେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବକ ଧାନ ବିକ୍ରି କରିବାପାଇଁ ଅନୁମତି ପ୍ରଦାନ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । 

                                     ରିପୋର୍ଟ – ନିରୋଜ କୁମାର ପାଣୀ

Exit mobile version