କୃଷକ ସଙ୍ଗଠନ ତରଫରୁ ବର୍ଷ ୨୦୨୦ ଖରିଫ ଫସଲ ଧାନର ସରକାରୀ କିଣାବିକା ଅବହେଳା କୁ ନେଇ ଏକ ଜରୁରୀ ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବୃଆରୀ, ସୋମବାର ) ପଦ୍ମପୁର :- ଆଜି ପଦ୍ମପୁର ଗୋରୁ ବଜାର ପ୍ରାଙ୍ଗଣ ଠାରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ବର୍ଷ ୨୦୨୦ ଖରିଫ ଫସଲ ଧାନର ସରକାରୀ କିଣାବିକା ଅବହେଳା କୁ ନେଇ ଏକ ଜରୁରୀ ବୈଠକ ସଂଗଠନର ସ୍ଥାୟୀ ସଭାପତି ବାଞ୍ଚାନିଧି ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଚଳିତ ଧାନ କିଣାବିକା ଘୋର ଅବ୍ଯବସ୍ଥା ଦେଇ ଗତି କରୁଛି । ଟ୍ରାଳା ନାଳ ମାଟି କାଦୁଅରେ ଘାଣ୍ଟ ହୋଇ କଷ୍ଟ ଉପାର୍ଜିତ ଧାନକୁ ବିକିବା ପାଇଁ ଚାଷୀ ମଣ୍ତିକୁ ଧାନ ଆଣି ଗଦା କରିଛି । ବସ୍ତା ଗୁଡାକ ଶୀତ କାକରରେ ପଡି ଫାଟି ଯାଉଛି । ଅନେକ ମଣ୍ତିରେ ଧାନ ଗୋରୁ ଖାଉଛନ୍ତି । ଟୋକନ ବ୍ଯବସ୍ଥାରେ ଘାଣ୍ଟି ହୋଇ ଟୋକନ ଲେପ୍ପ ହୋଇ ଗଲାଣି । ଏଥି ମଧ୍ୟରେ ଅନେକ

ରାସ୍ତାରୋକ,ଆନ୍ଦୋଳନ ହେଲାଣି,ଗତ ୨୫ ଜାନୁଆରୀ ବୋଡାସମ୍ବର କୃଷକ ସଙ୍ଗଠନ ର ଡାକରାରେ କନସିଂହା ଠାରେ ରାସ୍ତାରୋକ ରେ ଉପ ଜିଲ୍ଲାପାଳ ପଦ୍ମପୁର ୧୦ ଦିନ ଭିତରେ ସମସ୍ଯାର ସମାଧାନ କରି ସମସ୍ତ ଧାନ ଉଠାଇବାର ପ୍ରତିଶୃତି ଫେଲ ମିଳିଛି । ତେଣୁ ଅସନ୍ତୁଷ୍ଟ ଚାଷୀକୂଳ ଆସନ୍ତା ୧୧ ତାରିଖ ଦିନ ଶହ ଶହ ବସ୍ତା ଧାନ ଟ୍ରାକ୍ଟର ରେ ଆଣି ଉପ ଜିଲ୍ଲାପାଳଙ୍କ ଭିତରେ ପୁରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଆବାହକ ଅଶୋକ କୁମାର ସାହୁ ପ୍ରକାଶ କରିଛନ୍ତି ।          ରିପୋର୍ଟ – ନିରୋଜ କୁମାର ପାଣୀ

Exit mobile version