ଭାଟସାହି ସରପଞ୍ଚ କିଶୋର ଚନ୍ଦ୍ର ସାହୁ ନିଜ ମାଙ୍କ ନାମରେ “ତଅପୋଇ” ନାମକ ଏକ ଆମ୍ବୁଲାନ୍ସ କୁ – କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୭ ଫେବୃଆରୀ ରବିବାର ) ନୟାଗଡ଼ :- ଭାଟସାହି ସରପଞ୍ଚ କିଶୋର ଚନ୍ଦ୍ର ସାହୁଙ୍କ ଆଜି ଆଉ ଏକ ମହତ କାମ ପାଇଁ ପ୍ରଶଂସିତ ହୋଇଛନ୍ତି । ବ୍ଲକ ଓ ମୁନିସି ପାଲିଟି ରେ ରୋଗୀ ସେବା କୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ନିଜ ମା ଙ୍କ ନାମରେ “ତଅପୋଇ” ନାମକ ଏକ ଆମ୍ବୁଲାନ୍ସ କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପ୍ରଦାନ କରିଛନ୍ତି । ଆଜି ଏହି ଆମ୍ବୁଲାନ୍ସ କୁ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଉଦଘାଟନ କରିବା ସହ ସରପଞ୍ଚଙ୍କ ଏହି ମହତ କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଜଣାଇଛନ୍ତି ଏଥି ସହ ସମ୍ବର୍ଦ୍ଧିତ କରିଛନ୍ତି ।

ସୂଚନା ଥାଉକି ସରପଞ୍ଚ କିଶୋର ଚନ୍ଦ୍ର ସାହୁ ପୂର୍ବରୁ ଅନେକ ସମାଜସେବା ପାଇଁ ନିଜ ଅଂଚଳର ଜନସାଧାରଣ ସାଧୁବାଦ ଜଣାଇଛନ୍ତି । ଲକ ଡାଉନ ସମୟରେ ପ୍ରବାସୀ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବା ହେଉ ଅବା ସଂଗରୋଧ ଗୃହରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଉତ୍ତମ ପରିବେଶ ଓ ଖାଦ୍ୟପେୟ ସହ ବିଦାୟକାଳୀନ ସମୟରେ ସମ୍ବର୍ଦ୍ଧିତ କରିବା ଏପରିକି ଅନେକ ମହତ ଗୁଣ ପାଇଁ ସେ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ( ରିପୋର୍ଟ/ଅଶ୍ଵିନୀ କୁମାର ସାହୁ )

Exit mobile version