
ଓଡ଼ିଶା ତାଜା ନ୍ୟୁଜ୍ (୭ ଫେବୃଆରୀ ରବିବାର ) ନୟାଗଡ :- ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁବରେଡ଼କ୍ରସ ତରଫରୁ ତିନିଦିନ ବ୍ୟାପୀ ମଣ୍ଡଳସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଅଛି । ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମ୍ବିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବେଚ୍ଛାସେବୀଙ୍କୁ ଉଦବୋଧନ ଦେଇଥିଲେ ।
ଅଧକ୍ଷ ଶ୍ରୀ ସୁରେଶ କୁମାର ପ୍ରଧାନ କାର୍ଯ୍ୟକ୍ରମର ସଭାପତିତ୍ୱ ଗ୍ରହଣ କରିବାସହ ସ୍ବେଛାସେବୀ ମାନଙ୍କର ଭୂମିକା ଅତୁଳନୀୟ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀଙ୍କୁ ପ୍ରାଥମିକ ଚିକିତ୍ସା ,ପ୍ରାକୃତିକ ବିପର୍ଯ୍ୟୟ ଓ ସଚେତନତା, ସ୍ବେଚ୍ଛାକୃତ ରକ୍ତଦାନ,ସଡକ ସୁରକ୍ଷା,ପରିବେଶ ସୁରକ୍ଷା ସମ୍ପର୍କରେ କର୍ମଶାଳା ଆୟୋଜନ କରାଯାଇଥିଲା ।
ରେଡ଼କ୍ରସର ଜିଲ୍ଲା ସଂଯୋଜକ ଡ଼ ଆଦିତ୍ୟ ମିଶ୍ର, ପ୍ରାଧ୍ୟାପକ କେଶବଚନ୍ଦ୍ର ରାଉତରାୟ, IQAC ଅଧିକାରୀ ଡ଼ ଲାଷ୍ମୀଧର ସାହୁ, ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ବିନ୍ଦୁଲତା ଷଣ୍ଢ, ପରାମର୍ଶ ଦାତା ମିନାକ୍ଷୀ ମିଶ୍ର ଉପସ୍ଥିତ ରହି ସ୍ବେଚ୍ଛାସେବୀଙ୍କୁ ଉଦବୋଧନ ଦେଇଥିଲେ ।
