ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ନୀଳଶୈଳ ସମ୍ବର୍ଦ୍ଧିତ

ଓଡ଼ିଶା ତାଜା ନ୍ୟୁଜ (୭ ଫେବୃଆରୀ ରବିବାର ) କଟକ :- କଟକ ଲିଙ୍କରୋଡ଼ ସ୍ଥିତ ନଳିନୀ ମଣ୍ଡପ ଠାରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ପ୍ଯାରିମୋହ ସାମନ୍ତରାୟଙ୍କ ୧୦୪ ଜନ୍ମଜୟନ୍ତୀ ଉତ୍ସବରେ ଓଡ଼ିଶାର ପ୍ରତିଷ୍ଠିତ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଓଡ଼ିଶାର ପ୍ରତିଷ୍ଠିତ ଅନୁଷ୍ଠାନ ନୀଳଶୈଳକୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ବିଶିଷ୍ଟ ବାଗ୍ମୀ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ ନୀଳଶୈଳର ପ୍ରତିଷ୍ଠାତା ୰ରାଜକିଶୋର ରାଜଙ୍କ ସୁପୁତ୍ର ଶ୍ରୀଯୁକ୍ତ ସୌମ୍ଯ ଶଙ୍କର ରାଜଙ୍କୁ ଉପଢୌକନ ଏବଂ ପୁଷ୍ପ ଗୁଛ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ । ପ୍ରାପ୍ତି ସ୍ବୀକାର ଉତ୍ତରରେ ଶ୍ରୀଯୁକ୍ତ ରାଜ ନୀଳଶୈଳ ଅନୁଷ୍ଠାନ ପକ୍ଷରୁ ଉତ୍କଳ ବିକାଶ ପରିଷଦକୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଛନ୍ତି ।

Exit mobile version