ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀ ଉପସ୍ଥିତ ; ୩୦୬ ଶିକ୍ଷାର୍ଥୀ ପାଇଲେ ପରୀକ୍ଷା ଦର୍ପଣ ପୁସ୍ତିକା

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର )ହିଞ୍ଜିଳିକାଟୁ :- ମାଧ୍ୟାମିକ ଶିକ୍ଷା ପରିକ୍ଷଦ ପକ୍ଷରୁ ୨୦୨୧ରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଶିକ୍ଷାର୍ଥୀ ମାନଙ୍କୁ ପରୀକ୍ଷା ଦର୍ପଣ ପୁସ୍ତିକା ବଂଟନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀ ରେ ଶନିବାର ସ୍ଥାନୀୟ ପୌରାଂଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ତତ୍ୱାବଧାନରେ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ ସଂପୃକ୍ତ ବିଦ୍ୟାଳୟର ୩୦୬ ଶିକ୍ଷାର୍ଥୀଙ୍କୁ ପରୀକ୍ଷା ଦର୍ପଣ ପୁସ୍ତିକା ପ୍ରଦାନ କରାଯାଇଛି । ଆସନ୍ତା ମେ ମାସ ୩ ତାରିଖରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଶିକ୍ଷାର୍ଥୀ ମାନଙ୍କ ପରୀକ୍ଷା ସକାଶେ ପ୍ରସ୍ତୁତକରିବା ଉପରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ବେଶ ଗୁରୁତ୍ୱ ପ୍ରଦାନ କରିଛନ୍ତି । ପରୀକ୍ଷା ଦର୍ପଣ ପୁସ୍ତିକାକୁ ନେଇ ଏବଂ ବୋର୍ଡ଼ ପରୀକ୍ଷାରେ ଉତମ ଫଳ ପଦର୍ଶନ କରିବା ସକାଶେ ଉଦ୍ୟମ ଜାରୀ ରହିବ ଏବଂ ସଂପୃକ୍ତ ପୁସ୍ତିକା ବେଶ ସହାୟକ ହେବ ବୋଲି ଶିକ୍ଷାର୍ଥୀ ମାନେ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version