ସରସ୍ବତୀ ପୂଜା ପରେ ଖୋଲି ପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କହିଲେ, ମନ୍ତ୍ରୀ ସମୀର ଦାସ

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର ) ଭୁବନେଶ୍ୱର :- ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ, ଏଥିପାଇଁ ପ୍ରସ୍ତୁତ ହେଉଛି ଏସ୍‌ଓପି : ସମୀର ଦାଶ ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ । ଏଥିପାଇଁ ଏସ୍‌ଓପି ପ୍ରସ୍ତୁତ ହେଉଛି । ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସ୍‌ଆରସି ମାର୍ଗଦର୍ଶିକା ଜାରି କରିବେ । ଅଙ୍ଗନବାଡି ଖୋଲିଲାଣି, ଠିକ୍‌ ସମୟରେ ପ୍ରଥମରୁ ଅଷ୍ଟମ ଖୋଲିଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେଣୁ ସରସ୍ୱତୀ ପୂଜା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିପାରେ ।ସୂଚନା ଥାଉକି, ଆସନ୍ତା ୮ ତାରିଖରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ । ଶିକ୍ଷାର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଦକ୍ଷତା ଥିବା ପ୍ରାଥମିକ ସ୍କୁଲକୁ ଶିକ୍ଷାଦାନ ପାଇଁ ଶିକ୍ଷକ ନିୟୋଜିତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅବସରପ୍ରାପ୍ତ ଶିକ୍ଷକ ବି ନିୟୋଜିତ ହେବେ । ରବିବାର କ୍ଲାସ ହେବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।         (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ) 

Exit mobile version