ପଦ୍ମପୁର-କୃଷି ବିଲ୍ ବିରୋଧରେ ପୁଣି ଚାଷୀ ହୁଙ୍କାର ଦେଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର) ପଦ୍ମପୁର :- କୃଷି ବିଲ୍ ପ୍ରତ୍ୟାହାର ଦାବିରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଯାଇଛି। ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତି ଆହ୍ବାନ କ୍ରମେ ଦିନ ୧୨ରୁ ଅପରାହ୍ନ ୩ଟା ଯାଏ ରାଜରାସ୍ତାକୁ ଅବରୋଧ କରିବା ପାଇଁ ଧାର୍ଯ୍ୟ କରାଯାଇଛି ।

କୃଷିଆଇନ ପ୍ରତ୍ୟାହାର, ଏମ୍ଏକୁ ଆଇନଗତ ମାନ୍ୟତା ଓ ଧାନ କିଣା ଅବ୍ୟବସ୍ଥା ନେଇ ଏହି ଆନ୍ଦୋଳନ କରାଯାଇଛି। ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ପାଇକମାଲ ବ୍ଳକ ସାଲେପାଲିଠାରେ ପଦ୍ମପୁର ନୁଆପଡା ବିଜୁଏକ୍ସପ୍ରେସ ଓ୍ବେକୁ ଅବରୋଧ କରାଯାଇଛି ।

ଏହି ରାସ୍ତା ରୋକରେ ବିଶ୍ଵନାଥ ରଣା,ଲିଙ୍ଗରାଜ ଗଡ଼ତିଆ,ପ୍ରମୋଦ ବେହେରା, କୌତୁକ ସାହୁ, ଯୁଧିଷ୍ଠିର ସାହୁ, ବାଲକୃଷ୍ଣ ବନଛୋର,ନିରଞ୍ଜନ ସାହୁ,ଭାଗରଥି ବରିହା ସମେତ ଅନେକ ଚାଷୀ ଉପସ୍ଥିତି ଥିଲେ । ଏହି ରାସ୍ତା ରୋକ ଯୋଗୁଁ ରାସ୍ତାର ଉଭୟ ପାଶ୍ବରେ ଶହଶହ ଗାଡି ଅଟକି ରହିଥିଲା । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version