Home ଓଡ଼ିଶା କୋଭିଡ ଟୀକା ନେଲେ ଜିଲ୍ଲାପାଳ ଏବଂ ଏସପି by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର )ବରଗଡ଼ :- ବରଗଡ଼ ଜିଲ୍ଲା ରେ ଆଗ ଧାଡିର କର୍ମଚାରୀ ଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟାଳୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କୁ ଟୀକା ଦିଆଯାଉଥିଲା । ପରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କୁ ଟୀକାକରଣ କରାଯାଇଥିଲା । ପରେ ଅନ୍ୟ ଅଧିକାରୀଙ୍କ ସହିତ କର୍ମଚାରୀ ମାନଙ୍କୁ ଟୀକାକରଣ କରାଯାଇଥିଲା । ସେହିପରି ଜିଲ୍ଲା ରେ କାର୍ଯ୍ୟ ରତ କୋଭିଡ ଯୋଦ୍ଧା ପୋଲିସ କର୍ମଚାରୀଙ୍କୁ ମଧ୍ୟ ଟୀକାକରଣ କରାଯାଇଥିଲା । ରିଜର୍ଭ ପୋଲିସ ରେ ଅନୁଷ୍ଠିତ ଟୀକାକରଣ ରେ ଜିଲ୍ଲା ଏସପି ପଦ୍ମିନୀ ସାହୁ ଟୀକା ଦିଆଯାଉଥିଲା । ପରେ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କୁ ଟୀକାକରଣ କରାଯାଇଥିଲା । ଟୀକାକରଣ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ ପାତ୍ର , ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଚୂଲାବତୀ ସାହୁ ଓ ସ୍ବାସ୍ଥ୍ୟ ସେବା କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଟୀକାକରଣ ୨ ଟି ପର୍ଯ୍ୟାୟରେ ହେବ । ଆଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ ୨ ପର୍ଯ୍ୟାୟରେ ୧୧ ରୁ ୧୩ ପର୍ଯ୍ୟନ୍ତ ହେବ । ଏଥିରେ ଜିଲ୍ଲାର ୪୨୧୩ ଜଣଙ୍କୁ ଟୀକାକରଣ କରିବାକୁ ସ୍ଥିର ହୋଇଛି । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ ) Categories: ଓଡ଼ିଶା, ବରଗଡ଼, ହୋମ୍ Related Content ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026