ମଣ୍ଡି ସାମ୍ନାରେ ବିଜେପି ପକ୍ଷରୁ ଗଣବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର) କଳାହାଣ୍ଡି :- ସରୁନି ମଣ୍ଡି ବିବାଦ, ଥମୁନି ଚାଷୀ ଅସନ୍ତୋଷ। ମଣ୍ଡିରେ ଖୋଳା ଆକାଶ ତଳେ ପଡ଼ି ରହିଛି ହଜାର ହଜାର ଧାନ ବସ୍ତା । ଏହାକୁ ଆଖି ଆଗରେ ରଖି ମଣ୍ଡି ପରିଚାଳନାରେ ଓଡ଼ିଶା ସରକାର ବିଫଳ ହୋଇଥିବା ଅଭିଯୋଗ ଆଣି କଳାହାଣ୍ଡି ଜିଲ୍ଲା ନର୍ଲା ମଣ୍ଡିରେ ଆଜି ବିଜେପି ପକ୍ଷରୁ ମଣ୍ଡି ଆଗରେ ବିକ୍ଷୋଭ କରିଥିଲେ ।

ଏଥିରେ ବରିଷ୍ଠ ବିଜେପି ନେତା ପର୍ଶୁରାମ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ନାଏକ, ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ନାଏକ, ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ବାବୁ ବୁଦ୍ଧିଆ, ପଦ୍ମଲୋଚନ ଜାଲ,ଅଜୟ ସେନାପତି ସହ ବିଜେପି ଦଳର ଅନେକ କର୍ମୀ ଉପସ୍ଥିତ ଥିଲେ । ଶୀତରେ ଚାଷୀ ଧାନ ମଣ୍ଡିରେ ଜଗି ରହୁଛି ଅନ୍ୟପଟେ ମାସାଧିକ କାଳ ହେଲେ ମଧ୍ୟ ଧାନ ଉଠୁ ନ ଥିବା ଅଭିଯୋଗ ହେଉଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ, କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version