ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର 1.2.2020 :- ଆଜି ପୂର୍ବାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ,ଗୃହ ନିର୍ମାଣ ଓ ନଗର ଉନ୍ନୟନ,ଆଇନ ମନ୍ତ୍ରୀ ଶ୍ରୀପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ କଟକ ସହରର ଅଧିକ ସୌନ୍ଦର୍ଯ୍ୟକରଣ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକର ମୁଖ୍ୟ ରାସ୍ତାଗୁଡ଼ିକ ଯାଥା-ମଧୁ ପାଟଣାଠାରୁ ବାଦାମବାଡ଼ି ରାସ୍ତା, କଟକ ରେଲୱେ ଷ୍ଟେସନ୍ଠାରୁ ରେଭେନ୍ସା କଲେଜ, ମଙ୍ଗଳାବାଗ୍ ରୋଡ୍, ଜୋବ୍ରା ରୋଡ୍ ଓ ସତୀଚଉରା ରୋଡ୍ଗୁଡ଼ିକର ପ୍ରଶସ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟ ସହିତ ବୃକ୍ଷରୋ ପଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଆଜି କାର୍ଯ୍ୟକୁ ଅତ୍ୟାଧୁନିକ ପଦ୍ଧତିରେ କରାଯାଇ ସହରକୁ ସ୍ମାର୍ଟ ସିଟି କରିବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ କଟକ ସହରରେ ସପିଙ୍ଗ୍ ପ୍ଲାଜା, ବିବାହ ମଣ୍ଡପ ଇତ୍ୟାଦି ନିର୍ମାଣ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ କଟକ ଜିଲ୍ଲା ପାଳ ଶ୍ରୀ ଭବାନୀ ଶଙ୍କର ଚଇନି, କଟକ ମହାନଗର ନିଗମ କମିଶନର ଶ୍ରୀମତୀ ଅନନ୍ୟା ଦାସ, ନିର୍ବାହୀ ଅଧିକାରୀ ଶ୍ରୀ ରମେଶ କୁମାର ମହାନ୍ତି, ପୂର୍ବତନ କର୍ପାରେଟର ଶ୍ରୀ ରଞ୍ଜନ କୁମାର ବିଶ୍ୱାଳ, ସି.ଡି.ଏର ଆଇନ ଅଧିକାରୀ ଶ୍ରୀ ଜ୍ଞାନଚନ୍ଦ୍ର ପ୍ରସାଦ ସାମଲ, ମହମ୍ମଦ ଏ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
କଟକ ସହର ହେବ ସ୍ମାର୍ଟ ସିଟି – ମନ୍ତ୍ରୀ ପ୍ରତାପ ଜେନା

Related Content
ଦାସିଆ ଅଜାଙ୍କ ସାଧନା ଓ ସଂଘର୍ଷ ମୟ ଜୀବନ କାହାଣୀ ସମ୍ପର୍କେ ଅନୁଷ୍ଠାନ ସମ୍ପାଦକ ଦୀପକ ପଟ୍ଟନାୟକ ଙ୍କ ସହିତ ଆଲୋଚନା କରି ମାଜିଷ୍ଟ୍ରେଟ୍ ଖୁବ୍ ଖୁସି ପ୍ରକଟ କରିଥିଲେ
by
Proprietor Abhimanyu Maharana
October 29, 2026
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର
by
Proprietor Abhimanyu Maharana
October 29, 2026
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ : ୨୯ ରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ - ଶିକ୍ଷକ ଓ କର୍ମଚାରୀଙ୍କୁ ଡ୍ୟୁଟିରେ ରହିବା ନିର୍ଦ୍ଦେଶ
by
Proprietor Abhimanyu Maharana
October 29, 2026
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଲିଗୁଡ଼ାରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ : ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
by
Proprietor Abhimanyu Maharana
October 29, 2026
ବାତ୍ୟା ଭୟରେ ସିଲ୍ ହେଲା ଗାଜଲବାଡ଼ି ଘାଟି: ଗଛ ଉପୁଡ଼ି ରାସ୍ତା ଅବରୋଧ, ଦୁଇ ଜିଲ୍ଲା ମଧ୍ୟରେ ଯାତାୟାତ ଠପ୍; ବିକଳ୍ପ ରାସ୍ତା ଉପରେ ନିର୍ଭର ଯାତ୍ରୀ
by
Proprietor Abhimanyu Maharana
October 29, 2026
ବାତ୍ୟା ପରିସ୍ଥିତି ପରଖିଲେ ମନ୍ତ୍ରୀ, ଗାଜଲବାଡ଼ି ଘାଟିର ସ୍ଥିତି ଅନୁଧ୍ୟାନ : ଡୁଲୁରୀ ରାସ୍ତାରୁ ଗଛ ହଟାଇବାକୁ ନିର୍ଦ୍ଦେଶ : ୨୫ ପଞ୍ଚାୟତ ଅନ୍ଧାରରେ; ନେଟୱାର୍କ ଓ ଇଣ୍ଟରନେଟ୍ ସେବା ଠପ୍
by
Proprietor Abhimanyu Maharana
October 29, 2026