ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର 1.2.2020 :- ଆଜି ପୂର୍ବାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ,ଗୃହ ନିର୍ମାଣ ଓ ନଗର ଉନ୍ନୟନ,ଆଇନ ମନ୍ତ୍ରୀ ଶ୍ରୀପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ କଟକ ସହରର ଅଧିକ ସୌନ୍ଦର୍ଯ୍ୟକରଣ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକର ମୁଖ୍ୟ ରାସ୍ତାଗୁଡ଼ିକ ଯାଥା-ମଧୁ ପାଟଣାଠାରୁ ବାଦାମବାଡ଼ି ରାସ୍ତା, କଟକ ରେଲୱେ ଷ୍ଟେସନ୍ଠାରୁ ରେଭେନ୍ସା କଲେଜ, ମଙ୍ଗଳାବାଗ୍ ରୋଡ୍, ଜୋବ୍ରା ରୋଡ୍ ଓ ସତୀଚଉରା ରୋଡ୍ଗୁଡ଼ିକର ପ୍ରଶସ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟ ସହିତ ବୃକ୍ଷରୋ ପଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଆଜି କାର୍ଯ୍ୟକୁ ଅତ୍ୟାଧୁନିକ ପଦ୍ଧତିରେ କରାଯାଇ ସହରକୁ ସ୍ମାର୍ଟ ସିଟି କରିବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ କଟକ ସହରରେ ସପିଙ୍ଗ୍ ପ୍ଲାଜା, ବିବାହ ମଣ୍ଡପ ଇତ୍ୟାଦି ନିର୍ମାଣ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ କଟକ ଜିଲ୍ଲା ପାଳ ଶ୍ରୀ ଭବାନୀ ଶଙ୍କର ଚଇନି, କଟକ ମହାନଗର ନିଗମ କମିଶନର ଶ୍ରୀମତୀ ଅନନ୍ୟା ଦାସ, ନିର୍ବାହୀ ଅଧିକାରୀ ଶ୍ରୀ ରମେଶ କୁମାର ମହାନ୍ତି, ପୂର୍ବତନ କର୍ପାରେଟର ଶ୍ରୀ ରଞ୍ଜନ କୁମାର ବିଶ୍ୱାଳ, ସି.ଡି.ଏର ଆଇନ ଅଧିକାରୀ ଶ୍ରୀ ଜ୍ଞାନଚନ୍ଦ୍ର ପ୍ରସାଦ ସାମଲ, ମହମ୍ମଦ ଏ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
କଟକ ସହର ହେବ ସ୍ମାର୍ଟ ସିଟି – ମନ୍ତ୍ରୀ ପ୍ରତାପ ଜେନା

Related Content
Corrosion-resistant steel solution designed for construction, infrastructure, manufacturing and engineering applications
by
Proprietor Abhimanyu Maharana
September 10, 2026
Actress Ms. Sreeleela Unveils Kalyan Jewellers’ First Showroom in Rayagada
by
Proprietor Abhimanyu Maharana
September 10, 2026
ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ
by
Proprietor Abhimanyu Maharana
September 10, 2026
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି”
by
Proprietor Abhimanyu Maharana
September 10, 2026
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା
by
Proprietor Abhimanyu Maharana
September 10, 2026
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା
by
Proprietor Abhimanyu Maharana
September 9, 2026