ରଣପୁର ଏନ୍‌.ଏ.ସି.ରେ : ଶୀଳାନ୍ୟାସ ଓ ୩ ଗୋଟି ବ୍ୟାଟେରି ଗାଡିର ଉଦଘାଟନ କରିଥିଲେ – ଶ୍ରୀ ସତ୍ୟ ନାରାୟଣ ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୫ ଫେବୃଆରୀ ଶୁକ୍ରବାର )ରଣପୁର /ଅଭିମନ୍ୟୁ :- ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି. ରେ ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଦାନ ଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଭିତ୍ତି ପ୍ରସ୍ତର ସ୍ଥାପନ ଓ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ହୋଇଥିବା ଜଣାପଡିଛି । ଶୁକ୍ରବାର ଅପରାହ୍ନ ୨ ଘଟିକା ସମୟରେ ବିଧାୟକ ଶ୍ରୀ ପ୍ରଧାନ ରଣପୁର ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ରଣପୁର ଏନ୍‌.ଏ.ସି. ଅଫିସ୍ ସ୍ଥିତ ୫୩ ଲକ୍ଷ ୮୦ ହଜାର ବ୍ୟୟ ରେ

ନୂତନ ଏନ୍‌.ଏ.ସି. କାର୍ଯ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହ ୬୩ ଲକ୍ଷ ଟଙ୍କା ବ୍ୟୟ ରେ କ୍ଷୁଦ୍ର ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ର ଏବଂ ୪୩ ଲକ୍ଷ ଟଙ୍କା ବ୍ୟୟରେ ନୂତନ ନିର୍ମାଣ ହୋଇଥିବା ଶୁଖିଲା ବଜ୍ୟ ବସ୍ତୁ ପୃଥିକି କରଣ କେନ୍ଦ୍ର ଉଦଘାଟନ କରିଥିଲେ ଓ ସେହିଭଳି ବଧିପୋଖରୀ ଠାରେ ନୂତନ ଗୋଷ୍ଠୀ ଶୈାଚାଳୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ରଣପୁର ଏନ୍‌.ଏ.ସି. କୁ ଘରୁ ଘରୁ ଆବର୍ଜନା ସଂଗ୍ରହ ପାଇଁ ଆସିଥିବା ୩ଗୋଟି ବ୍ୟାଟେରି ଗାଡିର ଉଦଘାଟନ କରିଥିଲେ । 

ଏନ୍‌.ଏ.ସି. ଅଫିସ୍ ରେ ୫୭ ଜଣ କୁ ନୂତନ ଭତା ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରଣପୁର ଏନ୍‌.ଏ.ସି. ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିଶି , ପୂର୍ବତନ ବ୍ଲକ ଚେୟାର ମ୍ୟାନ୍ ଦେବାଶିଷ ପଟ୍ଟନାୟକ , ଏନ୍‌.ଏ.ସି. ର ପୂର୍ବତନ ଚେୟାରମ୍ୟାନ୍ ଓ ସମସ୍ତ କାଉନ୍ସିଲର ଯୋଗଦାନ କରିଥିଲେ ।

Exit mobile version