ଓଡ଼ିଶା ପାଇଁ ରେଳ ବିଭାଗ ଉଦାସୀନତା ଦାଣ୍ଡରେ ହାଟରେ ଗଡୁଛି, ନୌପଡ଼ା- ପାରଳାଖେମୁଣ୍ଡି- ଗୁଣୁପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ନୂଆ ବଜେଟରେ ୧ହଜାର ଟଙ୍କା ବ୍ୟୟ ବରାଦ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ(୫ ଫେବୃଆରୀ ଶୁକ୍ରବାର) ପାରଳାଖେମୁଣ୍ଡି :- ଓଡ଼ିଶା ପାଇଁ ରେଳ ବିଭାଗର ଉଦାସୀନତା ପୁଣିଥରେ ପ୍ରତିଫଳିତ ହୋଇଛି। ପ୍ରତିବର୍ଷ ୧୫ ହଜାର କୋଟି ଟଙ୍କାର ରେଳ ରାଜସ୍ବ ଯୋଗାଉଥିବା ଆମ ରାଜ୍ୟକୁ ଏହାର ଅଧା ନିବେଶ କରି ରେଳ ଲାଇନ୍କୁ ବିକଶିତ କରିବା ପାଇଁ ଚିନ୍ତା କରିପାରି ନାହିଁ ରେଳ ମନ୍ତ୍ରଣାଳୟ। ଏପରିକି ଯେଉଁ ନୂଆ ପ୍ରକଳ୍ପ ସବୁ ଗତ ଆର୍ଥିକ ବର୍ଷରେ ଘୋଷଣା କରାଯାଇଥିଲା ସେଗୁଡ଼ିକୁ ଆଗକୁ ବଢ଼ାଇବାକୁ ବି କେନ୍ଦ୍ର ସରକାର ଚିନ୍ତା କରି ପାରି ନାହାନ୍ତି। ଗତ ବର୍ଷ ଓଡ଼ିଶାର ଅଣ ବିକଶିତ ଅଞ୍ଚଳରେ ରେଳଲାଇନ୍ ବିଛାଇବା ପାଇଁ ଗୋଟିଏ ମାତ୍ର ନୂଆ ଲାଇନ୍ କଥା ରେଳମନ୍ତ୍ରୀ କହିଥିଲେ। ଏହା ଥିଲା ନୂଆପଡ଼ା-ପାରଳାଖେମୁଣ୍ଡି-ଗୁଣୁପର ରେଳଲାଇନକୁ ଥେରୁ ବାଲିଯାଏ ସମ୍ପ୍ରସାରଣ କରିବା।୭୯ କିଲୋମିଟର ୪୯୦ ମିଟର ଲମ୍ବା ଏହି ରେଲାଇନ୍ ସେ ଅଞ୍ଚଳରେ ଶିଳ୍ପ କାରବାର ଏବଂ ଯାତ୍ରୀଙ୍କ ଯିବା ଆସିବାରେ ଅନେକ ସହାୟକ ହେବ ବୋଲି ଆଶା ସୃଷ୍ଟି ହୋଇଥିଲା ।

ହେଲେ ଏବର୍ଷ ସେହି ପ୍ରକଳ୍ପକୁ ଆଗକୁ ନେବା ପାଇଁ ବଜେଟରେ ମାତ୍ର ୧ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଖାଲି ଏହି ଗୋଟିଏ ଉପହାସ ନୁହେଁ, ତାଳଚେରରୁ ଅନୁଗୁଳ ୧୪ କିଲୋମିଟର ୫୦୦ ଟର ନୂଆ ରେଳଲାଇନ୍ ଲାଗି କେନ୍ଦ୍ର ସରକାର ମଧ୍ୟ ୧ ହଜାର ଟଙ୍କା ବ୍ୟୟ ବରାଦ କରିଛନ୍ତି।ରେଳ ସଂଯୋଗ କ୍ଷେତ୍ରରେ ଜାତୀୟ ସ୍ତରର ହାରାହାରି ପରିସଂଖ୍ୟାନରୁ ଓଡ଼ିଶା ଯଥେଷ୍ଟ ପଛରେ ରହିଛି। ଦେଶର ପ୍ରତି ୧ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ୧୯ କିଲୋମିଟର ରେଳ ସଂଯୋଗ ଥିବା ବେଳେ ଓଡ଼ିଶାରେ ମତ୍ର ୧୫ କିଲୋମିଟର ରେଳଲାଇନ୍ ବିଛା ହୋଇଛି। ଏ କ୍ଷେତ୍ରରେ ରାଜ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଅଧିକ ଧ୍ୟାନ ଜରୁରୀ ଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ହଜାରେ ଟଙ୍କିଆ ରେଳଲାଲାଇନ ବିକାଶ ଘୋଷଣାରେ ରାଜ୍ୟର ରେଳ ପ୍ରକଳ୍ପ କେତେ ଆଗକୁ ବଢ଼ିବ ତାହା ସହଜେ ଅନୁମେୟ। (ଗରୁଡ଼ ଧ୍ଵଜ ଚୌଧୁରୀ /ପାରଳାଖେମୁଣ୍ଡି )

Exit mobile version