ପାରଳାଖେମୁଣ୍ଡି : ପୂର୍ବତନ ଆଇ.ଆଇ.ସିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ିଶା ତାଜା ନ୍ୟୁଜ(୫ ଫେବୃଆରୀ ଶୁକ୍ରବାର) ପାରଳାଖେମୁଣ୍ଡି :- କାଶୀନଗର ବ୍ଲକ ଶିକ୍ଷାଧିକାରୀଙ୍କୁ ସଭାଗୃହଠାରେ କାଶୀନଗର ଥାନାର ପୂର୍ବତନ ଆଇ.ଆଇ.ସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ବଦଳି ଅଡବା ଥାନାକୁ ହୋଇଥିବା ଉପଲକ୍ଷେ ତାଙ୍କୁ ଏକ ବିଦାୟକାଳୀନ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ସମ୍ବର୍ଦ୍ଧନା ସଭାର ଆୟୋଜକ ଶିକ୍ଷକ ଶ୍ରୀନିବାସ ରାଓଙ୍କ ଦ୍ୱାରା ଆୟୋଜିତ ସଭାରେ ସିଆଳିର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବରାଜ ଜେନା ପୌରହିତ କରିଥିଲେ |

ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ନୂତନ ଭାବେ ଜଇନ କରିଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଅବସର ପ୍ରାପ୍ତ ଯନ୍ତ୍ରୀ ଏମ.ସି ରାଓ, କାଶୀନଗର ନାଗରିକ ମଞ୍ଚର ସଭାପତି କବି ପ୍ରଶାନ୍ତ ମିଶ୍ର, ପ୍ରେସ୍ କ୍ଲବ୍ ସଭାପତି ହୃଷୀକେଶ ଗୌଡ଼, ରାଜେଶ କୁମାର ପଟ୍ଟନାୟକ, ଆର. ନାରାୟଣ ରାଓ ପ୍ରମୁଖ ମଞ୍ଚାସିନ ଥିଲେ ଓ ବିଦାୟୀ ଆଇ.ଆଇ.ସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କ କାର୍ଯ୍ୟାବଳୀ ଉପରେ ଗୁଣଗାନ କରିଥିଲେ |

ଏହି ଅବସର ନେଇଥିବା ଥାନା ଏସ.ଆଇ ଟି. ରାଂଗା ବାବୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା | ଉକ୍ତ ସଭାରେ ଏ.ବି.ଓ ଟି.କିଶୋର, ଗୋପାଳ ରାଓ, ମୋହନ ରାଓ ପ୍ରମୁଖଙ୍କ ଦ୍ୱାରା ପରିଚାଳିତ ହୋଇଥିଲା | କେ. ମଧୁ କୁମାର ଧନ୍ୟବାଦ ଅର୍ପଣ କରିଥିଲେ | (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version