ବାର୍ଦ୍ଧକ୍ୟ ଭତା ପାଇବାରୁ ବଞ୍ଚିତ ଜୟକୃଷ୍ଣ

ଓଡ଼ିଶା ତାଜା ନ୍ୟୁଜ (୪ ଫେବୃଆରୀ ଗୁରୁବାର ) ନୂଆଗାଁ :- ରାଜ୍ୟ ସରକାର ଙ୍କ ଦ୍ଵାରା ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ଵ ହୀନତା ଯୋଗୁଁ ୬୦ ବର୍ଷ ଅତିକ୍ରାନ୍ତ କରିଯାଇଥିଲେ ମଧ୍ୟ ଭତା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକମାନେ । ଏଭଳି ଏକ ସମସ୍ୟା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବ ଡ଼ଗୋଠ ପଞ୍ଚାୟତ ର ଖୁଣ୍ଟୁ ବନ୍ଧ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଜୟକୃଷ୍ଣ ନାୟକ ଠାରେ ଦେଖିବାକୁ ମିଳିଛି। ମାଗଣା ରେ ଆୟୁ ର ବେଦିକ୍ ଚିକିତ୍ସା କରି ଲୋକ ମାନଙ୍କ ବାତ, ଆଣ୍ଠୁ , ଗଣ୍ଠି ଚିକିତ୍ସା କରି ମାନବ ସେବା ର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଜୟକୃଷ୍ଣ । ୧୯୫୫ ମସିହା ଏପ୍ରିଲ ମାସରେ ଜନ୍ମ ଗ୍ରହଣ କରିଥିବା ଜୟକୃ ଷ୍ଣ ପିଲାଟି ଦିନରୁ ବଡହେଲେ ଲୋକମାନଙ୍କ ସେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ବଡ଼ ହେବା ପରେ ଚେର , ମୁଳି ଆଦି ବିଭିନ୍ନ ଔଷଧୀୟ ବୃକ୍ଷ ବିଷୟରେ ଜ୍ଞାନ ଅର୍ଜନ କରି ଲୋକମାନଙ୍କୁ ମାଗଣା ରେ ଆଣ୍ଠୁ , ଗଣ୍ଠି , ବାତ ଚିକିତ୍ସା କରିବା ପାଇଁ ମନବଳାଇଥିଲେ ।

ଏକ ସାଧନା ଓ ପରିଶ୍ରମ କରି ମହିପୁର ସେତୁ ନିକଟରେ ନିଜ ଅର୍ଥରେ ଘର ତିଆରି କରି ଦୀର୍ଘ ୧୫ ବର୍ଷ ହେବ ଲୋକମାନଙ୍କୁ ମାଗଣା ରେ ଆଣ୍ଠୁ ଗଣ୍ଠି ବାତ ଚିକିତ୍ସା କରୁଛନ୍ତି ଜୟକୃଷ୍ଣ।ଏପରିକି ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ଙ୍କୁ ନିଜ ଘରେ ରଖି ଚିକିତ୍ସା କରୁଥିବା ଜୟକୃଷ୍ଣ ନାୟକ କହିଛନ୍ତି । ଜୟକୃଷ୍ଣ ନାୟକ ଙ୍କ ଠାରୁ ଚିକିତ୍ସିତ ହୋଇ ଅନେକ ଆଣ୍ଠୁ ଗଣ୍ଠି ବାତ ରୋଗୀ ଆରୋଗ୍ୟ ଲାଭ କରୁଥିବା ଜଣା ପଡ଼ିଛି । ଏପରିକି ଜୟକୃଷ୍ଣ ଲୋକମାନଙ୍କୁ ଚିକିତ୍ସା କରି ବିଭିନ୍ନ ଖେତ୍ରରେ ପୁରସ୍କୃତ ହେବା ସହ ଅନେକ ପ୍ରମାଣ ପତ୍ର ହାସଲ କରିଛନ୍ତି।କିନ୍ତୁ ଦୁର୍ଭାଗ୍ୟର ବିଷୟ ଜୟକୃଷ୍ଣ ଙ୍କୁ ୬୦ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜୟକୃଷ୍ଣ ବାର୍ଦ୍ଧକ୍ୟ ଭତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ବର୍ଦ୍ଧ୍ୟକ୍ ଭତା ପାଇବା ପାଇଁ ବ୍ୟବସ୍ଥା କରାଇଲେ ଜୟକୃଷ୍ଣ ଉପକୃତ ହେବେ ବୋଲି କହିଛନ୍ତି । ( ରିପୋର୍ଟ – ପୁଷ୍ପଲତା ପ୍ରଧାନ )

Exit mobile version