ପଣ୍ଡା କ୍ୟାନ୍ସର ହସ୍ପିଟାଲରେ ବିଶ୍ୱ କର୍କଟ ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ (୪ ଫେବୃଆରୀ ଗୁରୁବାର ) କଟକ :- ବିଶ୍ୱ କର୍କଟ ଦିବସ ଅବସରରେ ଗୁରୁବାର ଦିନ କଟକ – ଭୁବନେଶ୍ୱର ଜାତୀୟ ରାଜପଥ କଡ଼ ତେଲଙ୍ଗାପେଣ୍ଠ ଠାରେ ଥିବା ପଣ୍ଡା କ୍ୟାନ୍ସର ହସ୍ପିଟାଲ ପରିସରରେ ବିଶ୍ୱ କର୍କଟ ଦିବସ ପାଳନ, ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଓଡିଶା ଗୃହରକ୍ଷୀ ଏବଂ ଅଗ୍ନିଶମ ବିଭାଗର ଏଡିଜିପି ଅସୀତ ପାଣିଗ୍ରାହୀ ଉଦଘାଟନ କରିଥିଲେ । ଏଡିଜିପି ଶ୍ରୀ ପାଣିଗ୍ରାହୀ କହିଲେ ଯେ, ସଚେତନତା ହେଉଛି ମୁଖ୍ୟ ।

କ୍ୟାନସର ଆକ୍ରାନ୍ତ ବ୍ୟକ୍ତି ପ୍ରଥମରୁ ଚିକିତ୍ସା କଲେ ଏହାଠାରୁ ରକ୍ଷା ପାଇପାରିବା । ତମାଖୁ, ଗୁଟୁକା, ବିଡି ,ସିଗାରେଟ ଖାଉଥିବା ବ୍ୟକ୍ତି ମାନେ କର୍କଟ ରୋଗରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଏହି ଉସଚବରେ ପଣ୍ଡା କ୍ୟାନ୍ସର ସହପିଟାଲର ନିର୍ଦ୍ଦେଶକ ଡାକ୍ତର କୃପାସିନ୍ଧୁ ପଣ୍ଡା, ସ୍ଥାନୀୟ ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର , ଓଡିଆ ସିନେତାରକା ଦୀପକ କୁମାର, ଗିରିଶ ମିଶ୍ର, କ୍ୟାନର ବିଜୟୀ ଗଗନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କର୍କଟ ରୋଗ ସଂପର୍କରେ ସୂଚନା ଦେଇଥିଲେ ।

ମ୍ୟାନେଜର ବିଜୟ କୁମାର ସାହୁ, ସୁଭାଶିଷ ବେହେରା,ଅରବିନ୍ଦ ଭୋଳ,ନଗେନ୍ଦ୍ର ମିଶ୍ର ,ସୁବାସିନୀ ଲେଙ୍କା, ରଞ୍ଜନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । କ୍ୟାନ୍ସର ରୋଗର କାରଣ ନିରାକରଣ କିପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିବ ,ସେନେଇ ଏକ ସଚେତନତା ଭ୍ୟାନକୁ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରାଯାଇଥିଲା । ଏହି ଭ୍ୟାନ ଉପକୂଳ ଓଡିଶାର ଦଶଟି ଜିଲ୍ଲା ପରିଭ୍ରମଣ କରି କର୍କଟ ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ ପାରିବ । ଶେଷରେ ହସ୍ପିଟାଲ ର କର୍ମଚାରୀ ଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ  )

Exit mobile version