ଯୋଗାଣ ବିଭାଗର ଚଢଉ । ଘୋଡାବନ୍ଧ ମଣ୍ଡିରେ ୧୯୧ବସ୍ତା ଧାନ ଜବତ

ଓଡ଼ିଶା ତାଜା ନ୍ୟୁଜ (୪ ଫେବୃଆରୀ ଗୁରୁବାର) କଳାହାଣ୍ଡି  :- ନର୍ଲା ବ୍ଳକ ଅନ୍ତର୍ଗତ ଭାନପୁର ପେକ୍ସ ଅଧୀନ ଘୋଡାବନ୍ଧ ମଣ୍ଡିରେ ଏସିଏସ୍ଓ ଧୂମରାମ ମୁର୍ମୁ,ଯୋଗାଣ ନିରିକ୍ଷକ ସନ୍ତୋଷ ପ୍ରଧାନ, ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ସୁଶାନ୍ତ ସ୍ଵାଇଁ, ପ୍ରଫୁଲ୍ଲ ଦାସ,ରାଜସ୍ଵ ପର୍ଯ୍ୟବେକ୍ଷକ ରଞ୍ଜିତ ରାଉତ ସହ ନର୍ଲା ପୋଲିସ ଉପସ୍ଥିତିରେ ଉକ୍ତ ମଣ୍ଡିରେ ଦଲାଲ ଉପରେ ଚଢ଼ାଉ କରିଥିଲେ।

ଘୋଡାବନ୍ଧର ଚାଷୀ ଗ୍ରୀବଧର ସାହୁଙ୍କ ଚାଷ ଜମି ବିବରଣୀ ଯାଞ୍ଚ୍ କରିଥିଲେ। ବିକ୍ରି ସମୟରେ ପଞ୍ଜିକରଣ କରିଥିବା ଭାଗଚାଷର ବିବରଣୀ ଠିକ ନ ଥିବାରୁ ଗ୍ରୀବଧର ସାହୁ ମୁଣ୍ଡିକୁ ଆଣିଥିବା ୧୯୧ ବସ୍ତା ଧାନକୁ ଜବତ କରିଥିଲେ। ସଂପୃକ୍ତ ଧାନ ଦଲାଲଙ୍କ ଧାନ ସନ୍ଦେହ କରି ଧାନକୁ ଜବତ କରିଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version