ଅବକାରୀ ଫ୍ଲାଇଙ୍ଗ ସ୍ୱ।ର୍ଡ଼ ପକ୍ଷରୁ ୫ ଲକ୍ଷ୍ୟରୁ ଉର୍ଦ୍ଧଟଙ୍କାର ଗଞ୍ଜେଇ ଯବତ, ଦୁଇ ଜଣ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୪ ଫେବ୍ରୁଆରି,ଗୁରୁବାର) କଟକ :-  କଟକ ଅବକାରୀ ଫ୍ଲାୟିଙ୍ଗ ସ୍କ୍ୱାଡ଼ ପକ୍ଷରୁ ଗୁରୁବାର ସକାଳ ୬ଟାରେ ମଙ୍ଗୁଳି ଛକରୁ ଏକ ଧଳା ସୁଇପ୍ଟ ଡିଯାର କାର ନମ୍ବର OD 16 3814 କୁ ଜବତ କରିଛି । ଜବତ କାରରେ ଥିବା ୧୦୫ କେଜି ଗଞ୍ଜାଇ ଜବତ କରିବା ସହ, ଦୁଇ ଜଣଙ୍କୁ ଗିରଫ କରିଛି । ଯାହାର ମୂଲ୍ୟ ୫ ଲକ୍ଷ୍ୟ ୨୫ ହଜାର ଟଙ୍କା ହେବ ବୋଲି ଆଇଆଇସି ସୁଶାନ୍ତ କୁମାର ପାଢ଼ୀ କହିଛନ୍ତି । ଆଜି ସକାଳେ ଅବକାରୀ ଫ୍ଲାଇଙ୍ଗ ସ୍କାର୍ଡ଼ କର୍ମଚାରୀ ମାନେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସକାଳ ୬ ଟାରେ ମଙ୍ଗୂଳି ଛକରେ ଗଞ୍ଜେଇ ନେଇ ଆସୁଥିବା କାରକୁ ଅପେକ୍ଷା କରି ରହିଥିଲେ ।

କାରଟି ମଙ୍ଗୁଳି ଛକରେ ପହଞ୍ଚିବା କ୍ଷଣି, ଅବକାରୀ ଫ୍ଲାଇଙ୍ଗ ସ୍କାର୍ଡ କର୍ମଚାରୀ ମାନେ କାରକୁ ଅଟକାଇ ,ଯାଞ୍ଚ କରିବାରୁ କାର ଭିତରେ ଥିବା ୧୦୫ କେଜି ଗଞ୍ଜେଇ ବସ୍ତାରେ ଭର୍ତ୍ତି ହୋଇଥିବା ଦେଖବାକୁ ପାଇଥିଲା । ଏହି ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ବାଲେଶ୍ବର କୁ ଚାଲାଣ କରାଯାଇଥିଲା । ଧରାପଡିଥିବା ଦୁଇ ଜଣ ହେଲେ ପ୍ରଦୀପ କୁମାର ବାରିକ ଏବଂ ମୋହନ ମଲ୍ଲିକ (ବୌଦ୍ଧ ) ଅଞ୍ଚଳର ।

ଆଜି ସେମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉ ରେ ସି୍ଧେଶ୍ୱର ବେଶ୍ରା, ଆଇଆଇସି ସୁଶାନ୍ତ କୁମାର ପାଢ଼ୀ , ଉମାକାନ୍ତ ସ୍ୱାଇଁ, ସରୋଜ ପରିଡା, ସଚିନ ବେହେରା, ନଟବର ମଲ୍ଲିକ ଆଦି ସାମିଲ ହୋଇଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)  

Exit mobile version