ରାଜ୍ୟ ସଭା ସଂସଦରେ ବିଜେଡି ଦଳର ସାଂସଦ ଙ୍କର ମହିଳା ସଂରକ୍ଷଣ ନେଇ ଦାବୀ ଜୋର ଧରିଲା

ଓଡିଶା ତାଜା ନ୍ୟୁଜ (୩ ଫେବୃଆରୀ ବୁଧବାର ) ଭୁବନେଶ୍ୱର :- ସଂସଦରେ ପୁଣି ଉଠିଲା ମହିଳା ସଂରକ୍ଷଣ କାର୍ଡ । ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଆଜି ରାଜ୍ୟସଭାରେ ମହିଳାଙ୍କ ସଂରକ୍ଷଣ ଦାବି ଉଠାଇଛନ୍ତି । ପୁରା ଓଡିଆ ଭାଷାରେ ନିଜର ଦାବି ଉପସ୍ଥାପନ କରିଥିଲେ ବିଜେଡି ସାଂସଦ । ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଦାବି ଉଠାଇଛି ବିଜେଡି । ଆଜି ରାଜ୍ୟସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ମହିଳାଙ୍କ ପାଇଁ ସଂସଦରେ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟନାୟକ ବାରମ୍ବାର ଦାବି କରୁଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେଡି ନିଜଆଡୁ ୩୩ ପ୍ରତିଶତ ସିଟ୍ ରେ ମହିଳାଙ୍କୁ ଟିକେଟ ଦେଇ ଉଦାହରଣ ସୃଷ୍ଟି କରିଥିଲା । ତେଣୁ ବିଧିବଦ୍ଧ ଭାବେ ମହିଳାଙ୍କ ପାଇଁ ସଂସଦର ଉଭୟ ଗୃହରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଆଇନ୍ ପାସ୍ କରିବାକୁ ସସ୍ମିତ ଦାବି କରିଛନ୍ତି ।

ମହିଳା ସଂରକ୍ଷଣ ବିଲ୍ ମାଧ୍ୟମରେ ହିଁ ମହିଳା ଶଶକ୍ତି କରଣ ସମ୍ଭବ ହେବ ବୋଲି ସସ୍ମିତ ଯୁକ୍ତି ବାଢିଛନ୍ତି । ତେବେ ବିଜେଡି ସାଂସଦ ସସ୍ମିତ ପାତ୍ର ପୁରା ଓଡିଆରେ ନିଜ ଭାଷଣ କହିଥିଲେ । ଯାହାକୁ ରାଜ୍ୟସଭା ଅଧ୍ୟକ୍ଷ ପ୍ରଶଂସା କରିଥିଲେ । ସସ୍ମିତ ପାତ୍ରଙ୍କ ଭାଷଣ ପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କହିଥିଲେ ଯେ, ‘ତମର ଭାଷାରେ ଅତି ସୁନ୍ଦର କହିଲେ’ ବୋଲି ସସ୍ମିତଙ୍କୁ କହିଛନ୍ତି। ରାଜ୍ୟସଭାରେ ଆଞ୍ଚଳିକ ଭାଷାରେ ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିବା ସହିତ ବିତର୍କରେ ଭାଗ ନେବାପାଇଁ ସାଂସଦମାନଙ୍କ ଭିତରେ ଆଗ୍ରହ ବଢ଼ୁଛି। ଯାହା ଏକ ଭଲ କଥା ବୋଲି ଶ୍ରୀ ନାଇଡୁ କହିଛନ୍ତି।ନିଜ ଭାଷାରେ ସାଂସଦମାନେ ଦାବି ଉପସ୍ଥାପନ କରୁଥିବା ଏକ ଭଲ କଥା ବୋଲି ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ।(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )

Exit mobile version