ଯୁବ ଆଇନଜିବି ଙ୍କ ଅକାଳ ବିୟୋଗ

ଓଡିଶା ତାଜା ନ୍ୟୁଜ (୩ ଫେବୃଆରୀ ବୁଧବାର ) ରଣପୁର :- ରଣପୁର ବାର୍ ଆସୋସିଏସନ ର ଯୁବ ଆଇନଜିବି ବିଦୁ ଭୂଷଣ ଦାସ୍ (ଲନ) ଙ୍କର ୪୪ ବର୍ଷ ବୟସରେ ଗତ କାଲି ଦେହାନ୍ତ ହୋଇଯାଇଛି ।  ସେ କିଛି ଦିନ ଧରି ଅସୁସ୍ଥତା ହେତୁ  ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହୋଇ ଆସୁଥିଲେ ଗତ ରାତି ରେ ତାଙ୍କର  ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ ଘଟିଥିବା ଜଣାପଡିଛି ।   ସେ ଜଣେ ସମାଜସେବୀ ତଥା ଯୁବ ଆଇନଜିବି ହିସାବ ରେ ପାରଦର୍ଶିତା ଅର୍ଜନ କରିଥିଲେ । ଏପରିକି ରଣପୁର ବାର୍ ଆସୋସିଏସନ ର ଜଣେ ଆଗ ଧାଡି ର ଆଇନଜିବି  ଭାବେ କାର୍ଯ୍ୟ କରି ଆସୁଥିବାରୁ  ଏଥିନେଇ ରଣପୁର ରୁ ବାର୍ ଆସୋସିଏସନ ଆଜି ତାଙ୍କ

ଅମର ଆତ୍ମା ର ସଦଗତି କାମନା କରି ବାର୍ ଆସୋସିଏସନ ର ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର ଙ୍କ ଆହ୍ୱାନ କ୍ରମେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।  ଏହି ଶୋକ ସଭାରେ ରଣପୁର ବାର୍ ଆସୋସିଏସନ ର ସମ୍ପାଦକ ସତ୍ୟ ରଞ୍ଜନ ମତ୍ତା , ବରିଷ୍ଠ ଆଇନଜିବି ବସନ୍ତ ରାୟ , ସୁବାଷ ଜେନା ,ବ୍ରଜ କିଶୋର ସେନାପତି , ଗିରିଜା ଶଙ୍କର ସାମନ୍ତରାୟ  ଙ୍କ ସହ ସମସ୍ତ ଆଇନଜିବି ମାନେ ଉପସ୍ଥିତ ଥିଲେ । ପରେ ରଣପୁର କୋର୍ଟ ର କାର୍ଯ୍ୟ ବନ୍ଦ ନେଇ ବିଚାରପତି ଙ୍କୁ ଏକ ରିଜୋଲେସନ ପ୍ରଦାନ କରାଯାଇଥିଲା । ସମସ୍ତ ଆଇନଜିବି ମାନେ ତାଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇଥିଲେ । ସେହିପରି ଅନ୍ୟ ସମସ୍ତ ଅନୁଷ୍ଠାନ ତରଫରୁ ମଧ୍ୟ ସମବେଦନା ଜଣା ଯାଇଥିବାର ଖବର ମିଳିଛି ।

Exit mobile version