ତିନୋଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ – ମନ୍ତ୍ରୀ ତୁଷାରକାନ୍ତି ବେହେରା

ଓଡିଶା ତାଜା ନ୍ୟୁଜ (୩ ଫେବୃଆରୀ ବୁଧବାର ) ଭୁବନେଶ୍ୱର :-  ଆଜି ଅପରାହ୍ନରେ ଇଲେକେଫ୍ରାନିକ୍‌ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ତିନୋଟି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ; ମୋ ସ୍କୁଲ ଅଭଯାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଏବଂ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁ ସାଂସଦ, ବିଧାୟକ ଏବଂ ବରିଷ୍ଠ ସରକାରୀ ଅଧିକାରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କୁ ଏଥିରେ ସାମିଲ ହେବା ପାଇଁ ନିକଟରେ ଆହ୍ୱାନ ଦେଇଥିଲେ ;  ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାକୁ ଅଧିକ ପ୍ରସାରିତ କରିବା ଏବଂ ଜନସାଧାରଣଙ୍କ ସହଯୋଗରେ ବିଦ୍ୟାଳୟ ଶିକ୍ଷାକୁ ଅଧିକ ବ୍ୟବସ୍ଥିତ କରିବା ଏହାର ପ୍ରଧାନ ଆଭିମୁଖ୍ୟ

ଆଜି ମନ୍ତ୍ରୀ ଶ୍ରୀ ବେହେରା ସରକାରଙ୍କ ଏହି ପ୍ରୟାସରେ ନିଜକୁ ସାମିଲ କରିବା ସହ ପୁରୀ ଜିଲ୍ଲା ଅନ୍ତର୍ଗତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କାକଟପୁର, ବାଲିଡିହ ପ୍ରାଥମିକ ବିଦ୍ୟାଳୟ ଅସ୍ତରଙ୍ଗ ଏବଂ ନିଜେ ପାଠ ପଢ଼ୁଥିବା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି 

ଆଜି ଅପରାହ୍ନରେ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କାକଟପୁରଠାରେ ଅନୁଷ୍ଠିତ ଏକ ସଭାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ମୋ ସ୍କୁଲ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ବୋଲି କହିଥିଲେ । ମନ୍ତ୍ରୀ ଶ୍ରୀ ବେହେରା ସ୍କୁଲଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାବିତ୍‌ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା ; ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଏଠାରେ ଥିବା କାକଟପୁର ମିନି ଷ୍ଟାଡିୟମ୍‌ ପରିଦର୍ଶନ କରିବା ସହ ଏଠାକାର କ୍ରୀଡ଼ା ଭିତ୍ତିଭୂମି ଏବଂ ଉନ୍ନତିକରଣ ବିଷୟରେ କ୍ରୀଡ଼ା ବିଭାଗ ଓ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଥିଲେ ।

Exit mobile version