ପୁଲିସ ପକ୍ଷରୁ ଯାନବାହାନ ଯାଂଚ କଡ଼ାକଡ଼ି ୩୭ ଡ଼୍ରାଇଭିଂ ଲାଇସେନ୍ସ ରଦ୍ଧ, ୧ଲକ୍ଷ ୭୧ହଜାର ଟଙ୍କା ଜୋରିମାନା ଆଦାୟ

ଓଡିଶା ତାଜା ନ୍ୟୁଜ (୩ ଫେବୃଆରୀ ବୁଧବାର ) ହିଞ୍ଜିଳିକାଟୁ :-  ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୁଲିସ ପ୍ରଶାସନ ପକ୍ଷରୁ ୨ଚକିଆ ଯାନବାହାନ ଯାଂଚ କଡ଼ାକଡ଼ି କରାଯାଇଛି । ବିଶେଷ କରି ମୋଟର ସାଇକେଲ ଚାଳନା ସମୟରେ ହେଲମେଟର ବ୍ରବହାରକୁ ନେଇ ଧରପଗଡ଼ ଅଭିଯାନ ଜୋରଦାର କରାଯାଇଛି । ମୋଟର ସାଇକେଲ ଚାଳନା ସମୟରେ ହେଲମେଟ ପିନ୍ଧିନଥିଲେ ଜୋରିମାନା ବାବଦରେ ପୂର୍ବରୁ ରହିଥିବା ୫ଶହ ଟଙ୍କା ବଦଳରେ ନୂତନ ମୋଟର ଆଇନ କାର୍ଯ୍ୟକାରୀ କରାଯିବା ପରେ ୧ହଜାର ଟଙ୍କା ଜୋରିମାନା ଆଦାୟ କରାଯାଉଛି । ଏଥି ସହ ମୋଟର ସାଇକେଲ ଚାଳକଙ୍କ ଗାଡ଼ି ଚାଳନା ପ୍ରମାଣପତ୍ର ( ଡ୍ରାଇଭିଂ ଲାଇସେନ୍ସ ) କୁ ୩ ମାସ ସକାଶେ ରଦ୍ଧ କରିବାକୁ ଆଂଚଳିକ ପରିବହନ ଅଧିକାରୀ ( ଆର.ଟି.ଓ.) ଙ୍କୁ ସୁପାରିଶ କରାଯାଉଥିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଜାନୁୟାରୀ ମାସରେ ସ୍ଥାନୀୟ ଥାନା ଅଂଚଳର ବିଭିନ୍ନ ଛକ ସ୍ଥାନରେ ଯାନବାହାନ ଯାଂଚକୁ କଡ଼ାକଡ଼ି କରାଯାଇ ୩୭ ଜଣ ଗାନି ଚାଳକଙ୍କ ଗାଡ଼ି ଚାଳନା ପ୍ରମାଣପତ୍ର ରଦ୍ଧ କରାଯାଇଥିବା

ବେଳେ ୧ଲକ୍ଷ ୭୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଆଗାମୀ ଦିନରେ ଧରପଗଡ଼ ଜାରି ରହିବ ବୋଲି ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦସ କହିଛନ୍ତି । ହିଞ୍ଜିଳିକାଟୁସହରରେ ହେଲମେଟ ଯାଂଚ କଡ଼ାକଡ଼ି କରାଯିବା ସହିତ ବାଇକରେ ୩ଜଣ ଯାତାୟତ କରିବା, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରିବା , ଗାଡ଼ି ଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ଗାଡ଼ି ଚାଳକ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇ ଥିଲା । ନୂତନ ମୋଟର ଯାନ ଆଇନ ଗତ ସେପ୍ଟମ୍ବର ୨୦୧୯ରୁ କାର୍ଯ୍ୟକାରୀ ହେବା ପରେ କିଛି ଦିନ ଯାନବାହାନ ଯାଂଚ କାର୍ଯ୍ୟକ୍ରମକୁ କଡ଼ାକଡ଼ି କରାଯାଇଥିଲା । ଗତ ମାର୍ଚ୍ଚ ୨୦୨୦ରେ ମହାମାରୀ କରୋନାଭୁତାଣୁ ସଂକ୍ରମଣ ସାରା ଦେଶରେ କାୟା ବିସ୍ତାର କରିଥିବାରୁ ଏହି ଯାଂଚ ପ୍ରକ୍ରିୟା ଧିମା ପଡ଼ି ଯାଇଥିଲା । ଆଗାମୀ ଦିନରେ ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ସହରରେ ସିସି କ୍ୟାମେରା ଲଗାଯିବାର ଯୋଜନା ରହିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଗଲେ ସିସି କ୍ୟାମେରା ଜରିଆରେ ଦୃତ ଚାଳନା ଗାଡ଼ି ମୋଟର ସହ ଅସାମାଜିକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ମ ନଜର ରହିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )

Exit mobile version