ଝରାଫୁଲ ନାୟକଙ୍କ ଗାଁରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଅଞ୍ଜନି ସୋରେନ

ଓଡ଼ିଶା ତାଜା ନ୍ୟୁଜ (୨,ଫେବ୍ରୁଆରି,ମଙ୍ଗଳବାର ) କରଞ୍ଜିଆ :- ଝରାଫୁଲ ମୃତ୍ୟୁକୁ ୬ଦିନରୁ ଅଧିକ ସମୟ ବିତି ଯାଇଥିବା ବେଳେ ଝିଅକୁ ହରାଇ ପାଗଳ ପ୍ରାୟ ହୋଇଯାଇଛନ୍ତି ପରିବାର ଲୋକ। ଏପରି ସମୟରେ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବାକୁ କୌଣସି ଅଧିକାରୀଙ୍କ ଦେଖା ମିଳି ନାହିଁ। ଅପରପକ୍ଷେ, ମୃତ ଝରାଫୁଲଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବାକୁ ଗତକାଲି ତାଙ୍କ ଗାଁରେ ପହଞ୍ଚିଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସରେନଙ୍କ ଭଉଣୀ ତଥା ଜେଏମ୍‌ଏମ୍‌ର ପ୍ରଦେଶ ମହିଳା ମୋର୍ଚ୍ଚା ସଭାପତି ଅଞ୍ଜନି ସୋରେନ।

ଅଞ୍ଜନି ଝରାଫୁଲଙ୍କ ଗାଁରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହିତ ଆଶ୍ୱାସନା ଓ ଆର୍ଥିକ ସହାୟତା 5000 ଟଙ୍କା ଦେଇଥିଲେ l ଝରାଫୁଲଙ୍କ ମୃତ୍ୟୁର ରହସ୍ୟ ଯଥାଶୀଘ୍ର ଉନ୍ମୋଚନ କରି ଦୋଷୀକୁ କୋଠର ଦଣ୍ଡରେ ଦଣ୍ଡିତ କରିବା ପାଇଁ ସେ ଦାବି କରିଛନ୍ତି ।

ଅଞ୍ଜନି କହିଛନ୍ତି, ଶାସକ ଦଳ ମା’କୁ ସମ୍ମାନ ଦେବା କଥା କହୁଥିବା ବେଳେ ଏଠାରେ କିନ୍ତୁ ଝିଅ, ବୋହୂ ଅସୁରକ୍ଷିତ ରହୁଛନ୍ତି। ତାଙ୍କ ପରିବାରକୁ ଆର୍ଥିକ ସହାୟତା ଓ ଦୋଷୀକୁ କଠୋର ଦଣ୍ଡ ମିଳିବା ଦରକାର । (ଦୀପ୍ତିମାନ ପତି, ମୟୂରଭଞ୍ଜ )

Exit mobile version