ଲୋପ ପାଉଛି ପାରମ୍ପରିକ ଧାନ ବିହନ

ଓଡ଼ିଶା ତାଜା ନ୍ୟୁଜ (୨ ଫେବୃୟାରୀ ,ମଙ୍ଗଳବାର ) ହିଞ୍ଜିିଳିକାଟୁ :-  ହିଞ୍ଜିଳିକାଟୁ ଅଚଂଳରେ ଦିନକୁ ଦିନ ଚାଷୀ ତାର ପୁରୁଣା କୌଶଳରେ ଚାଷ କରିବା ଦ୍ୱାରା ଆଉ ଲାଭବାନ ହୋଇପାରୁନାର୍ହି ତେଣୁ ଆଧୁନିକ ପ୍ରଣାଳିରେ ଚାଷ କରିବା ସହିତ ଆଧୁନିକ ପ୍ରଣାଳିର ବିହନ ବ୍ୟବହାର କରିବା ଦ୍ୱାରା ଅଚଂଳରେ ପାରମ୍ପରିକ ବିହନ ଲୋପ ପାଇବାକୁ ବସିଲାଣି । ଚାଷୀ ଆଉ ଆଗ ଭଳି ଧାନ ବିହନ ଘରେ ସଂଗ୍ରହ କରି ନରଖି ସମ୍ପୁର୍ଣ ରୁପେ ସରକାରୀ ବିହନ ଉପରେ ନିର୍ଭର କରିବାକୁ ପଡ଼ୁଛି । ଅଚଂଳରେ ପାଣିପାଗର ଅସ୍ଥିରତା ମାଟିର ଉର୍ବରତା ଦିନକୁ ଦିନ କ୍ଷୟ ଯୋଗୁଁ ଅଚଂଳର ଚାଷୀ ମାନେ ବର୍ତମାନ ଆଉ ପାରମ୍ପରିକ ପଦ୍ଧତିରେ ପୁର୍ବଭଳି ଧାନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ବର୍ତମାନ ଆଧୁନିକ ଚାଷ ନାଁରେ ଶଙ୍କର ଜାତୀୟ ବିହନ ପ୍ରୟୋଗ, କୀଟନାଶକ, ରାସାୟନିକ ସାର ସହ ଆଧୁନିକ ଯନ୍ତ୍ରପାତି ର ବହୁଳ ବ୍ୟବହାର ଯୋଗୁଁ ବର୍ତମାନ ଯୁଗର ଚାଷୀଙ୍କ ସଂଜ୍ଞା ବଦଳି ଯାଇଛି ।

ବର୍ତମାନ ଆଉ ଚାଷ କାମରେ ବଳଦ, ହଳ, ଲଙ୍ଗଳ, ମହି.ଯୁଆଳି ପ୍ରଭୁତି ଲୋପ ପାଇବାକୁ ଗଲାଣି । ଆଗ ଚାଷୀ ମାନେ ଧାନ ଅମଳ ହେବାପରେ ବିହନ ପାଇଁ ସାଇତି ରଖି ବଳକାକୁ ଖାଇବା ଓ ବିକ୍ରି କରିଥାନ୍ତି କିନ୍ତୁ ବର୍ତମାନ ଚାଷୀ ମାନେ ଅଧିକ ଅମଳ ନିମନ୍ତେ ପାରମ୍ପରିକ ଦେଶୀ ଧାନ ଓ ଜୈବିକ ଚାଷ ପ୍ରଣାଳିରୁ ଦୁରେଇଯାଇ ବିଦେଶୀ ଧାନ ଯାହାକି ଅଧିକ ଅମଳକ୍ଷମ ଧାନ ଚାଷ ପାଇଁ ଆଗ୍ରହ ଦେଖାଉଛନ୍ତି । ସରକାରୀ ବିହନ କେନ୍ଦ୍ର ଗୁଡ଼ିକରେ ଆଉ ପୂର୍ବଭଳି ବାୟା ବଣ୍ଡା , ରତ୍ନ ଚୁଡ଼ି , କଳାଜିରା , ମହିପାଳ, ଜଗନ୍ନାତ, ବଡ଼ ମସୂରୀ ଭଳି ଦେଶୀ ଧାନ ବିହନ ମିଳୁନାହିଁ , ତା ବଦଳରେ ଅଧିକ ଅମଳ ପାଇଁ ମିଳୁଛି ପୂଜା, ଟିକି ମସୂରୀ , ସ୍ୱର୍ଣ ମସୂରୀ , ଶ୍ୟାମା, ରାଜେନ୍ଦ୍ର , ମସୂରୀ , ୧୦୬୫, ବିପିଟି, ୫୬୦୪, ବିଣା, ଏମ୨, ୧୦୧୦ ଇତ୍ୟାଦି । ତେବେ ଅତ୍ୟଧିକ ଅମଳ ନାଁରେ ସଙ୍କରଜାତୀୟ ବିହନ ପ୍ରୟୋଗ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଫଳରେ ଉତ୍ପାଦନ କ୍ଷମତା ବଢିଥିଲେ ମଧ୍ୟ ଦେଶୀ ଧାନ ଭଳି ପାରମ୍ପରିକ ଧାନର ଗୁଣତ୍ୱ ଦେଖିବାକୁ ମିଳୁନାହିଁ ।

Exit mobile version