ଏସ୍ ୟୁ ସି ଆଇ ପକ୍ଷରୁ କେନ୍ଦ୍ରୀୟ ବଜେଟକୁ ବବିରୋଧ

 ଓଡ଼ିଶା ତାଜା ନ୍ୟୁଜ (୨,ଫେବ୍ରୁଆରି,ମଙ୍ଗଳବାର ) କଟକ :- କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ବଜେଟ୍ କୁ ବିରୋଧ କରିଛି ଏସ୍ ୟୁ ସି ଆଇ କଟକ ଶାଖା। ଏ ନେଇ ମଙ୍ଗଳବାର କଲେଜ ଛକସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ,କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି ସେସବୁ ଦେଶର ପୁଞ୍ଜିପତିଙ୍କ ପାଇଁ ।

କରୋନା ମହିମାରୀ ସମୟରେ ଦେଶର ଜନସାଧାରଣ ବଞ୍ଚିବା ପାଇଁ ସଂଘର୍ଷ କରୁଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀକୁ ବୃଦ୍ଧି କରାଇ ସରକାର ସାଧାରଣ ଲୋକଙ୍କ ଅବିଶ୍ୱାସ ର ପାତ୍ର ହୋଇଛନ୍ତି। ଆଜି ପେଟ୍ରୋଲ ଠୁ ଆରମ୍ଭ କରି ତେଲଲୁଣ ପର୍ଯ୍ୟନ୍ତ ସବୁକିଛି ବଢିବାରେ ଲାଗିଛି।ଯାହା ଫଳରେ କି କଳାବଜାରୀ ବଢିବା ସହ ସାଧାରଣ ପକ୍ଷେ ବଞ୍ଚିବା କଷ୍ଟକର ହୋଇପଡିଲାଣି ।

ଆଉ ଦେଶର ପୁଞ୍ଜିପତିମାନେ ଏହାର ଲାଭ ଉଠାଉଛନ୍ତି।ତେଣୁ ଏହି ବଜେଟ୍ କୁ ସଙ୍ଗଠନ ପ୍ରତ୍ୟାଖ୍ୟାନ କରିବା ସହ ୨୦ ଓ ୨୧ ବର୍ଷର ବଜେଟ୍ ଜନସ୍ୱାର୍ଥ ବିରୋଧି ବୋଲି କହିଛି ଏସ୍ ୟୁ ସି ଆଇ। ବିକ୍ଷୋଭ ସମାବେଶରେ ସମ୍ପାଦକ ବିଶ୍ୱାବସୁ ଦାଶ,ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦକ ଖଗେଶ୍ବର ସେଠୀ,ବସନ୍ତ ନାୟକ, ଶୁଭସ୍ମିତା ସାହୁ,ଅମରେନ୍ଦ୍ର ନାୟକ,ସରୋଜ ମାନସିଂ ପ୍ରମୁଖ ଉପସ୍ଥିତ ଥିଲେ। (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)  

Exit mobile version