ଓଡ଼ଗାଁ କଲେଜ ସାମ୍ନାରେ ମର୍ମନ୍ତୁକ ସଡକ ଦୁର୍ଘଟଣା

ଓଡ଼ିଶା ତାଜା ନ୍ୟୁଜ (୨ ଫେବ୍ରୁଆରି,ମଙ୍ଗଳବାର ) ଓଡ଼ଗାଁ :-  ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ଓଡ଼ଗାଁ  ଅଞ୍ଚଳରେ । ଓଡଗାଁ ରୁ ଭୁବନେଶ୍ୱର ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ଏକ ମାଛ ଗାଡ଼ି ସହ ମୁହାଁ ମୁହିଁ ହୋଇଛି ଇଣ୍ଡିକା କାର୍ । ଘଟଣା ସ୍ଥଳରେ ମାଛ ଗାଡ଼ି ଟି ଓଲଟି ଯାଇ  ମାଛ ଗୁଡ଼ିକ ରାସ୍ତା ରେ ପଡ଼ି ରହିଥିବା ଜଣାପଡିଛି ।  ଜିଅନ୍ତା ମାଛ ନେଇ ଯାଉଥିବା ପିକ୍ଅପ ଗାଡ଼ିକୁ ପଛ ପଟରୁ ଧକ୍କା ଦେଲା ଇଣ୍ଡିକା କାର ।   ଅକସ୍ମାତ କଲେଜ ଶିକ୍ଷକଙ୍କ  ଗାଡ଼ି ବାଜି    ଘଟିଗଲା  ଦୁର୍ଘଟଣା ଫଳରେ ରାସ୍ତା ଉପରେ ଓଲଟି ପଡ଼ିଲା ମାଛ ଗାଡ଼ି ।

ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗାଡିକୁ ସିଧା କରିବା ପରେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକ କିଛି ମାଛ ଉଦ୍ଧାର କରିଛନ୍ତି । ଘଟଣା ସ୍ଥଳରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ପହଞ୍ଚି ଗାଡିକୁ ଜବତ କରିଛି ଏବଂ  ସଂପୃକ୍ତ ଶିକ୍ଷକ ଜଣକ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ଥିଲେ  ।  ଦୁର୍ଘଟଣା ସ୍ଥଳରୁ ସଂପୃକ୍ତ କାର ଡ୍ରାଇଭର ଜଣକ ଚମ୍ପଟ ମାରିଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version