ଆଇ.ଆଇ.ପି.ଏ ର ବାର୍ଷିକ ସମ୍ମେଳନ ଆୟୋଜିତ ଏକ ସ୍ୱଚ୍ଛ, ନିର୍ମଳ ତଥା ସୁଶାସନ ପ୍ରତିଷ୍ଠାରେ ଲୋକ ପ୍ରସାଶନର ଭୂମିକା ଗୁରୁତ୍ୱପୂର୍ଣ୍ଣ – ଜଷ୍ଟିସ ଶ୍ରୀ ବି.କେ.ପଟେଲ୍

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର ) ଭୁବନେଶ୍ୱର :- ଏକ ସ୍ୱଚ୍ଛ, ନିର୍ମଳ ତଥା ସୁଶାସନ ପ୍ରତିଷ୍ଠାରେ ଲୋକ ପ୍ରସାଶନର ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ତଥା ଯୁବଗୋଷ୍ଠିଙ୍କୁ ସତ୍‌ମାର୍ଗରେ ପରିଚାଳିତ କରିବାର ଏହା ଏକ ମାଧ୍ୟମ ବୋଲି ରାଜ୍ୟ ମାନବଧିକାର କମିସନ୍‌ର ଅଧ୍ୟକ୍ଷ ମାନ୍ୟବର ବିଚାରପତି ଶ୍ରୀ ବି.କେ.ପଟେଲ ଭାରତୀୟ ଲୋକ ପ୍ରଶାସନ(ଆଇ.ଆଇ.ପି.ଏ) ଓଡିଶା ଶାଖାର ବାର୍ଷିକ ସମ୍ମେଳନ ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ଶରତ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାବେଶରେ ଯୋଗ ଦେଇ ବିଚାରପତି ଶ୍ରୀଯୁକ୍ତ ପଟେଲ, ସଂସ୍ଥା ଦ୍ୱାରା ଆୟୋଜିତ ବିିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମ, ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ୱେବିନାର ଆୟୋଜନ ତଥା ଲୋକ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭୂୟସୀ ପ୍ରଶଂସା କରିଥିଲେ ।

ଏହି ଅବସରରେ ଲୋକ ପ୍ରଶାସନ ସମ୍ବନ୍ଧୀୟ ଦୁଇଟି ପୁସ୍ତକକୁ ବି ଉନ୍ମୋଚନ କରାଯାଇଥିଲା । ଉତ୍ସବ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସମ୍ମେଳନର ଆନୁଷ୍ଠାନିକ ଉଦ୍‌ଘାଟନ କରାଯିବା ସହ ଦିବଂଗତ ପ୍ରସାଶନିକ ଅଧିକାରୀ ସ୍ୱର୍ଗତ ରମାକାନ୍ତ ମିଶ୍ର, ଏସ୍‌, ଏନ୍‌. ତୱାରୀ ଏବଂ ନାରାୟଣ ସ୍ୱାମୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ମିଶ୍ର ସ୍ୱାଗତ ଭାଷଣ, ସଂପାଦକ ଶ୍ରୀ ଅଶୋକ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ପ୍ରଫେସର ଦିଗମ୍ବର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉପସଭାପତି ଶ୍ରୀ କୁଳମଣି ଦେଓ ସଂସ୍ଥାର ବର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ପ୍ରଶାସନିକ ସ୍ତର, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଠାରେ ଉଲ୍ଲେଖ ଥାଉକି ଗତ କରୋନା ମହାମାରୀ ସମୟରେ ବିଭିନ୍ନ ବିଷୟବସ୍ତୁକୁ ନେଇ ଅନ୍‌ଲାଇନ୍ ମାଧ୍ୟମରେ ଆଲୋଚନ ଚକ୍ର ଆୟୋଜନ କରି ସଂସ୍ଥା ବିଭିନ୍ନ ବର୍ଗରେ ବେଶ୍ ଆଦୃତ ଲାଭ କରିଅଛି ।

Exit mobile version