ବରଗଡ଼ ଜିଲ୍ଲା ରେ ଧାନ ସଂଗ୍ରହ ରେ ଅଚଳାବସ୍ଥା, ଅଧ୍ୟକ୍ଷାଙ୍କ ଧାରଣା

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ ଧାନ ସଂଗ୍ରହ ଗତ ତିନି ମାସ ମାସ ଧରି ହୋଇଥିଲେ ମଧ୍ୟ ଏବେବି ଅଚଳାବସ୍ଥା ଜାରି ରହିଛି । ଫଳରେ ଅନେକ ବଜାର ପ୍ରାଙ୍ଗଣରେ ହଜାର ହଜାର ବସ୍ତା ଧାନ ବିକ୍ରୀ ନ ହୋଇ ପଡ଼ି ରହିଛି । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ କି ଯୋଗାଣ ବିଭାଗ ଉଚିତ୍ ପଦକ୍ଷେପ ଗ୍ରହଣ ନ କରିବା ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଓ ମହିଳା ମୋର୍ଚ୍ଚା ସଭ୍ୟା ମାନେ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ

କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀ ଙ୍କୁ ଦିଆଯାଇଥିବା ଟୋକନ ଅବଧି ଏବେ ଶେଷ ହେବାକୁ ଥିବା ବେଳେ ଧାନ କିଣାରେ ଅଚଳାବସ୍ଥା ଚିନ୍ତା ର କାରଣ ହୋଇଛି । ବିଶେଷ କରି ପଦ୍ମପୁର ଉପଖଣ୍ଡ ରେ ଏହି ସମସ୍ୟା ଅଧିକ । ଉପଖଣ୍ଡ ଅନ୍ତର୍ଗତ ଲଖମରା ପ୍ୟାକ୍ସ ଠାରେ ଏବେ ମଧ୍ୟ ୨୦ ହଜାର କ୍ଵିଣ୍ଟାଲ ରୁ ଅଧିକ ଧାନ ପଡ଼ି ରହିଛି ବୋଲି ଅଧ୍ୟକ୍ଷ। ଅଭିଯୋଗ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version