ନିଲାମ୍ବର ଆଦେଶ ପ୍ରତ୍ୟାହାର ଦାବୀ ରେ ଧାରଣା

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ ଗତ ୧୮-୧୯ ରବି ଧାନ କିଣାରେ ହୋଇଥିବା ଅନିୟମିତତା ରେ ୧୦ ଜଣ ପ୍ୟାକ୍ସ ସମ୍ପାଦକ ଙ୍କୁ ରାଜ୍ୟ ସରକାର ନିମ୍ବିତ କରିଥିଲେ । ଏହାର ପ୍ରତିବାଦରେ ଆଜି ଜିଲ୍ଲା ର ସମସ୍ତ ପ୍ୟାକ୍ସ ସମ୍ପାଦକ ଏବଂ କର୍ମଚାରୀ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ କରିବା ସହ ବରଗଡ଼ ସମବାୟ ନିବନ୍ଧକ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଥିଲେ । କର୍ମଚାରୀ ଙ୍କ ଏଭଳି ହଠାତ୍ ଧାରଣା ଯୋଗୁଁ ସମସ୍ତ ପ୍ୟାକ୍ସ ଗୁଡିକ ଅଚଳ ହୋଇ ପଡିଥିଲା ।

ଏ ସମ୍ପର୍କରେ ବରଗଡ଼ ଜିଲ୍ଲା ସମବାୟ ନିବନ୍ଧକ ଭକ୍ତ ବନ୍ଧୁ ସାହୁ ଙ୍କୁ ପଚରା ଯିବାରୁ ଗତ ୨୦୧୮- ୧୯ ରବି ଋତୁରେ ଧାନ ସଂଗ୍ରହ କିଣା ବିକା ସମୟରେ ଅନିୟମିତତା ‌ହୋଇଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ରାଜ୍ୟ ସ୍ତରୀୟ ଏକ ସ୍କ୍ୱାର୍ଡ ଦ୍ବାରା କରାଯିବା ପରେ ତାଙ୍କ ରିପୋଟିଙ୍ଗ ଆଧାରରେ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଥିଲେ । ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ସମବାୟ କର୍ମଚାରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version