ପାରଳାଖେମୁଣ୍ଡି ସ୍ଥିତ ମା ଫୁଲସୁନ୍ଦରୀମନ୍ଦିର ପରିସରରେ ନିଖିଳ ଓଡିଶା ମା ଫୁଲସୁନ୍ଦରୀ ପନ୍ଦରା ସମାଜ ର ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର )ପାରଳାଖେମୁଣ୍ଡି :- ନିଖିଳ ଓଡିଶା ପନ୍ଦରା ସମାଜ ତରଫ ରୁ ପାରଳାଖେମୁଣ୍ଡି ସ୍ଥିତ ମା ଫୁଲସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ମୁଖ୍ୟତଃ ପନ୍ଦରା ଜାତିର ଉତଥାନ ସହ ମହିଳା ମାନଙ୍କ ବିକାଶ କିଭଳି ହେବ ତାକୁ ନେଇ ସଚେତନା କରାଯାଇଥିଲା। ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ ନିଖିଳ ଓଡ଼ିଶା ପନ୍ଦରା ସମାଜ ର ସମ୍ପାଦକ ଚନ୍ଦ୍ରଶେଖର

ବାଡିତିଆ,ଗଜପତି ଜିଲ୍ଲା ପନ୍ଦରା ସମାଜ ସଭାପତି ଜାନକୀ ଚରଣ ବେହେରା ,ଜୟ ପ୍ରକାଶ ବାଡ଼ିତ୍ୟା , ସତ୍ୟନାରାୟଣ ବେହେରା,ଜୟନ୍ତୀ ବେହେରା, ପ୍ରମୂଖ ଉପସ୍ଥିତ ଥିଲେ,ସଭା ଶେଷ ରେ ସଭାପତି ଜାନକୀ ବେହେରା କିଭଳି ଜାତି ର ନାରୀ ମାନେ,ନାରିନିର୍ଯାତନା ରୁ ବଞ୍ଚିତ ହେବା ସହ,କନ୍ୟା ଭୃଣ ହତ୍ୟା,ନିଶାଣିବାରଣ,ବାଲ୍ୟ ବିଭା ଉଛେଦ ଓ ପରିବେଶ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ               ପାରଳାଖେମୁଣ୍ଡି (ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version