ଖାଲମଡ଼ା ଗ୍ରାମ ତ୍ରିନାଥ ଠାକୁରଙ୍କ ବାର୍ଷିକ ଉତ୍ସବରେ ଦଶପଲ୍ଲା ବିଧାୟକ ଙ୍କ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଖାଲମଡ଼ା ଗ୍ରାମ ଉପର ସାହି ତ୍ରିନାଥ ଠାକୁରଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍ବେଚ୍ଛାସେବୀ ନିତୁନ ପରିଡ଼ା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉତ୍ସବ ପାଳନ ଦ୍ଵାରା କିପରି ଭାତୃଭାବ ସୃଷ୍ଟି ହୁଏ ବର୍ଣ୍ଣନା କରିବା ସହ ଅନୁଷ୍ଠାନ ଏବଂ ଗ୍ରାମର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ,ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା,ପୂର୍ବତନ ନାଏବ ସରପଞ୍ଚ ପ୍ରକାଶ କୁମାର ପ୍ରଧାନ,ତ୍ରିନାଥ ମେଳା କମିଟି ସଭାପତି ଶରତ ଚନ୍ଦ୍ର ପ୍ରଧାନ,ୱାର୍ଡ ସଭ୍ୟ ଅଭିମନ୍ୟୁ ଖିଲାର, ବରିଷ୍ଠ ସଙ୍କୀର୍ତ୍ତନ ବାୟକ କାର୍ତ୍ତିକ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ।ତ୍ରିନାଥ ମେଳା କମିଟି ତରଫରୁ ଦଶପଲ୍ଲା ବିଧାୟକ ଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।(ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version