ସମ୍ମାନ ଜନକ ଡକ୍ଟରେଟ ଉପାଧିରେ ସମ୍ମାନିତ ବିଶିଷ୍ଟ ସମାଜସେବୀ ସାଧୁରାମ ଅଗ୍ରୱାଲ

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର) କଳାହାଣ୍ଡି :-  ମାନବ ସେବାକୁ ପରମ ଧର୍ମ ମନେ କରି ନିଜ ମାଟି ମାଆର ସନ୍ତାନ ସେବାରେ ନିଜକୁ ନିୟୋଜିତ କରି ସଫଳତାର ପାହାଚରେ ପାଦ ଦେଇଥିବା ବିଶିଷ୍ଟ ସମାଜସେବୀ ସାଧୁରାମ ଅଗ୍ରୱାଲଙ୍କୁ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ସମାଜ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଥିବା ସାଧୁରାମ ଅଗ୍ରୱାଲ ଏବେ ପରିଶ୍ରମର ସଫଳ ସ୍ଵାଦ ପାଇବାରେ ସକ୍ଷମ ହୋଇଛନ୍ତି। ରୟାଲ ଆମେରିକା ୟୁନିଭରସିଟି ପକ୍ଷରୁ ତାଙ୍କୁ କୋଲକାତାର ଜେ.ଡ୍ବୁ.ମେରିଓଟ ହୋଟେଲର ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି ।

ଏଥିରେ ମୁଖ୍ୟ ଅତିଥି ରୂପେ ଅକ୍ସଫୋର୍ଡ ଉଚ୍ଚ ଏକାଡେମୀ ୟୁକେ ତଥା ଶାନ୍ତିର ଗ୍ଲୋବାଲ ଲିଡର ଡ.ମଧୁକ୍ରିଷ୍ଣା, ଅତିଥି ରୂପେ ବଙ୍ଗୀୟ ଅଭିନେତ୍ରୀ ରିତୁପୂର୍ଣ୍ଣା ମୁଖାର୍ଜୀ ଏବଂ ମୁମ୍ବାଇ ଅଭିନେତା ଆମନ ଭର୍ମା ଯୋଗଦେଇ ଶ୍ରୀ ଅଗ୍ରୱାଲଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରିଥିଲେ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ନିବାସୀ ସାଧୁରାମ ଅଗ୍ରୱାଲ ଜଣେ ସମାଜସେବୀ ଭାବେ ସୁପରିଚିତ ବ୍ୟକ୍ତି । ଏହି ଅଞ୍ଚଳର ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନର ଅସୁବିଧାକୁ ହୃଦୟଙ୍ଗମ କରି ଏ ଅଞ୍ଚଳର ହକ ଜାହିର କରିବାରେ ଜଣେ ସଫଳ ନେତୃତ୍ବ ନେଇଥିବା ସମାଜସେବୀ । ରୁପ୍ରାରୋଡ ହାଇସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଭାବରେ ଯେତିକି ଜଣାଶୁଣା ପକ୍କା ରାସ୍ତା, ସ୍ଵାସ୍ଥ୍ୟ କ୍ଷେତ୍ରରେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସଫଳ ନେତୃତ୍ବ ନେଇ ନିଜକୁ ପରୋପକାରରେ ନିୟୋଜିତ କରି ବୟସର ଅପରାହ୍ନରେ ପହଞ୍ଚି ଥିବା ସାମଜସେବୀଙ୍କୁ ଏବେ ବିଭିନ୍ନ ମହଲରୁ ଅନେକ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।(ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version