କଟକ ବିଜୁପଟ୍ଟନାୟକ ଛକରେ ଥିବା ସନ ହସ୍ପିଟାଲରେ ଅଗ୍ନିକାଣ୍ଡ : ଏସିବିକୁ ରୋଗୀ ସ୍ଥାନାନ୍ତର

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ, ସୋମବାର ) କଟକ :- କଟକ ତୁଳସୀପୁର ବିଜୁପଟ୍ଟନାୟକ ଛକରେ ଥିବା ଘରୋଇ ସନ ହସ୍ପିଟାଲରେ ସୋମବାର ଦିନ ସାଢ଼େ ବାରଟା ସମୟରେ ହଟାତ ନିଆଁ ଲାଗିଯାଇଥିଲା । ହସ୍ପିଟାଲର ତିନି ମହଲରେ ଅଗ୍ନିକାଣ୍ଡ ଘଟି ପ୍ରବଳ ଧୂଆଁ ବାରିବାରୁ ହସ୍ପିଟାଲରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଭୟଭୀତ ହୋଇ ପଡିଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନି ଶମ ବାହିନୀଙ୍କୁ ପଫୋନ କରି ଜଣାଇ ଦିଆଯାଇଥିଲା ।

ବକ୍ସିବଜାର ,ସିଡିଏ , ଚାଉଳିଆଗଞ୍ଜ ରୁ ଆଠଟି ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ । ଏହି ହସ୍ପିଟାଲରେ ଥିବା ୧୧ ଜଣ ରୋଗୀଙ୍କୁ ବାହାର କରାଯାଇ ଏସସିବି ଓ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ରୋଗୀ ଅଗ୍ନି କାଣ୍ଡରୁ ବର୍ତୀ ଯାଇଛନ୍ତି । ହସପିଟାଲରେ ନିଆଁ ଲାଗିବା ଦେଖି ପାଖରେ ଥିବା ଲୋକମାନେ ଭୟଭୀତ ହୋଇ ଯାଇଥିଲେ । କେଉଁ କାରଣରୁ ହସ୍ପିଟାଲରେ ନିଆଁ ଲାଗିଲା ତହାର କାରଣ ଅସ୍ପଷ୍ଟ ରହିଛି ।

କଟକ ର ଅନେକ ହସ୍ପିଟାଲରେ ଫାୟାର ଲାଇସେନ୍ସ ନଥାଇ ହସ୍ପିଟାଲ ଚାଲୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେଭଳି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିରୁ ଏପରି ପରିସ୍ଥିତି ଘଟୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ସନ ହସ୍ପିଟାଲରେ ଫାୟାର ଲାଇସେନ୍ସ ନଥିବା ଜଣାପଡିଛି । ହସ୍ପିଟାଲରେ ଅଗ୍ନି ନିର୍ବାପକ ପାଇଁ ପୂର୍ବରୁ ମକଡ୍ରୀଲ କରାଯାଇଥିଲା ।

ଏହି ଅଗ୍ନି କଣ୍ଡକୁ ଆୟତ୍ତ କରିବା ପାଇଁ ୪୦ରୁ ଉର୍ଦ୍ଧ୍ବ ଅଗ୍ନି ଶମ କର୍ମଚାରୀ ନିୟୋଜିତ ହୋଇଥିଲେ । ଶେଷରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ କରାଯିବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

Exit mobile version