୪.୧ ଗୋଲରେ ପି କେ କ୍ଲବ ଜଟଣୀକୁ ହରାଇ : ଗୋଲଡେନ କ୍ଲବ ଅରଗୁଳ ଚମ୍ପିୟାନ ହୋଇଛି – ୫୧ ତମ ମହାବୀର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ, ସୋମବାର ) ଜଟଣୀ :- ଖୋର୍ଦ୍ଧା ଛତିପୁର ଠାରେ ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବଛା ବଛା ଆଠଟି ଟିମ ଅଂଶ ଗ୍ରହଣ କରିଥିଲେ ଆଜିର ଫାଇନାଲ ମ୍ୟାଚ ମା’ବାଉତୀ ଗୋଲଡେନ କ୍ଲବ ଅରଗୁଳ ଓ ପି କେ କ୍ଲବ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସଂଘର୍ଷ ପୂର୍ଣ୍ଣ ଏହି ଖେଳ ସମୟ ସମାପ୍ତି ପର୍ଯ୍ୟନ୍ତ ଉଭୟଦଳ କେହି କାହାରିକୁ ଗୋଲ ଦେଇ ପାରିନ’ଥିଲେ ଫଳରେ ଟ୍ରାଇ ବ୍ରେକର ପଦ୍ଧତି ଆପଣାଇବାକୁ ପଡିଥିଲା ଏଥିରେ ୪.୧ ଗୋଲରେ ପି କେ କ୍ଲବ ଜଟଣୀକୁ ହରାଇ ଗୋଲଡେନ କ୍ଲବ ଅରଗୁଳ ଚମ୍ପିୟାନ ହୋଇଛି.

ସେହିପରି ଆଜିର ଏହି ଉଦଯାପନି ମ୍ୟାଚ ପୂର୍ବରୁ ସମାଜସେବୀ ସ୍ବର୍ଗତ ଦାଶରଥି ମଙ୍ଗରାଜଙ୍କ ସ୍ମୃତି ଉଦେଶ୍ୟରେ ଏକ ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ ନୀଳମାଧଵ ସବରସଙ୍ଘ ଡାଳୁଅ ଚନ୍ଦକା ଓ ମା’କାଳିକା ଫୁଟବଲ ଟିମ ପାଇକ ତିଗିରିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ନୀଳମାଧଵ ଶବର ସଙ୍ଘ ମା’କାଳିକା ଫୁଟବଲ ଟିମକୁ ୧-୦ ଗୋଲରେ ପରାସ୍ତକରି ଚମ୍ପିୟାନ ହୋଇଥିଲା ଆଜିର ଖେଳ ଆରମ୍ଭରେ ଜଟଣୀ ବିଧାୟକ ସୁର ରାଉତରାୟ ଯୋଗଦେଇ ମ୍ୟାଚକୁ ଉଦ୍ଘାଟନ କରିଥିଲେ. ଶେଷରେ ଆୟୋଜିତ ପୁରସ୍କାର ବିତରଣୀ ଉସ୍ଛବରେ ବିଶିଷ୍ଟ ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, ବୟୋଜ୍ୟେଷ୍ଠ ତଥା ଛତିପୁର ଗ୍ରାମ ସଭାପତି ବାସୁଦେବ ପାଇକରାୟ ,

ବିଶିଷ୍ଟ କ୍ରୀଡ଼ାବିତ ତଥା ଛତିପୁର ଗ୍ରାମ ଶାନ୍ତିକମିଟି ସଭାପତି ଭାଗୀରଥି ମଙ୍ଗରାଜ ଓ ସୁଧାକର ବରାଳ ପ୍ରମୁଖ ଯୋଗଦେଇ ପ୍ରଦର୍ଶନୀ ମ୍ୟାଚର ରନର୍ସଅପ ମା’କାଳିକା ଟିମକୁ ଟ୍ରଫିସହ ନଗଦ ଦୁଇ ହଜାର ଟଙ୍କା ଓ ଚମ୍ପିୟାନ ଟିମ ନୀଳମାଧଵ ଶବର ସଂଘକୁ ଟ୍ରଫି ସହ ନଗଦ ତିନିହଜାର ଟଙ୍କା ଏବଂ ଟୁର୍ଣ୍ଣାମେଣ୍ଟର ରନର୍ସଅପ ପି କେ କ୍ଲବ ଜଟଣୀକୁ ପାଞ୍ଚ ହଜାର ଟଙ୍କା ସହ ଟ୍ରଫି ଓ ଚମ୍ପିୟାନ ଟିମ ମା’ବାଉତୀ ଗୋଲଡେନକ୍ଲବ ଅରଗୁଳକୁ ଆଠହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ. ଏହି ଟୁର୍ଣ୍ଣାମେଣ୍ଟକୁ ମହାବୀର କ୍ଲବର ଗଣେଷ, ମୁନା ପ୍ରମୁଖ ପରିଚାଳନା କରିଥିଲେ । (ଜଟଣୀ ରୁ ଇଫତେଖାର ଅଲ୍ଲୀ)

Exit mobile version