ସଂସ୍କାର ଭାରତୀର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ – ବୈଠକ

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ, ସୋମବାର ) କଳାହାଣ୍ଡି :- କଳା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଖିଳ ଭାରତୀୟ ସଙ୍ଗଠନ ସଂସ୍କାର ଭାରତୀର କଳାହାଣ୍ଡି ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ନର୍ଲା ବ୍ଳକ ଅନ୍ତର୍ଗତ ଅସୁରଗଡ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ମହାମନ୍ତ୍ରୀ ହରେକୃଷ୍ଣ ଭୋଇଙ୍କ ଉପସ୍ଥିତରେ ସଂଗଠନ ବିସ୍ତାର ଉପରେ ଆଲୋଚନା ସହ ନୂତନ ପ୍ରସ୍ତାବ ଉପରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଆଗାମୀ ଜିଲ୍ଲା ସ୍ତରୀୟ କଳା ସାଧନ ସଂଗମର ଆୟୋଜନ ଆଦି ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା । ବୈଠକରେ ପଶ୍ଚିମ ପ୍ରାନ୍ତ କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା, ସଂଗୀତ ସଂଯୋଜକ ପ୍ରମୋଦ ପରିଡ଼ା,

ଜିଲ୍ଲା ଉପଦେଷ୍ଟା ମଣ୍ଡଳୀ ଭୀମସେନ ସାହୁ, ଜିଲ୍ଲା ସଂଯୋଜକ ଭାଗୀରଥି ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ନେଗୀ, ଜିଲ୍ଲା ମାର୍ଗଦର୍ଶକ ରବିନ୍ଦ୍ରନାଥ ପଟ୍ଟନାୟକ, ସଂସ୍କାର ଭାରତୀ ନର୍ଲା ବ୍ଳକ ସଂଯୋଜକ କ୍ଷୀରୋଦ ଚନ୍ଦ୍ର ପାତ୍ର ସହ ୧୩ ଗୋଟି ବ୍ଳକର ଜିଲ୍ଲା ସ୍ତରୀୟ ବିଭିନ୍ନ ସମିତିର ସଭାପତି, ସମ୍ପାଦକଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କର୍ମକର୍ତ୍ତା ଚୟନ, ଜିଲ୍ଲା ମାର୍ଗଦର୍ଶକ ମଣ୍ଡଳୀ ଚୟନ, ସଂସ୍କାର ଭାରତୀ ପ୍ରତିଷ୍ଠାତାରେ ହରିଭାଓ ୱ।କଣକରଙ୍କ ଜନ୍ମ ଶତବାର୍ଷିକୀ ପାଳନରେ ନର୍ଲା ଶିବ ମନ୍ଦିରରୁ ଅସୁରଗଡ ଶ୍ରୀରାମ ମନ୍ଦିର ଯାଏଁ ଐତିହ୍ୟ ଶୋଭା ଯାତ୍ରାର ରୂପରେଖ ବିଷୟରେ ଆଲୋଚନା କରାଯାଇଛି। ସଭାକାର୍ଯ୍ୟଟିକୁ ଶିକ୍ଷାବିତ ତପନ କୁମାର ଭୋଇ ପରିଚାଳନା କରିଥିବା ବେଳେ ବୈଠକ ଶେଷରେ ସଂସ୍କାର ଭାରତୀ କଳାକାର ଗଣ ସଂଗୀତ ପରିବେଷଣ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ) 

Exit mobile version