ବରଗଡ଼ ଜିଲ୍ଲାର ୧୨ ଟି ବ୍ଲକରେ ପଲସ ପୋଲିଓ କର୍ଯ୍ୟକ୍ରମ ର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ ( ୩୧ ଜାନୁଆରି ,ରବିବାର ) ବରଗଡ଼ :- ଆଜି ବରଗଡ଼ ଜିଲ୍ଲା ର ୧୨ ଟି ବ୍ଲକରେ ପଲସ ପୋଲିଓ କର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ୬୭୦ ଟି କେନ୍ଦ୍ର ରେ ୧୩୪୦ ଜଣ ସ୍ବାସ୍ଥ୍ୟ କର୍ମୀ,ଆଶା, ଅଙ୍ଗନବାଡ଼ି କର୍ମୀ ୫ ବର୍ଷ ରୁ କମ ବୟସ୍କ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇ ଥିଲେ । ୧୫ ଲକ୍ଷ ୮୯ ହଜାର ୮୫୬ ଜନ ସଂଖ୍ୟା ବରଗଡରେ ୩ ଲକ୍ଷ ୩୧ହଜାର ୭୭୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା

ଖୁଆଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିପାଇଁ ୨୮୯୭ ଜଣ ମେଡିକାଲ ଷ୍ଟାଫ ଙ୍କୁ ନିୟୋଜିତ କରାଯାଇଛି । ଆସନ୍ତା କାଲିଠାରୁ ଦୁଇଦିନ ଧରି ଘରକୁ ଘର ବୁଲି ପୋଲିଓ ବୁନ୍ଦା ପ୍ରଦାନ କରିବେ । ଏଥିପାଇଁ ୧୩୦ ଜଣିଆ ତଦାରଖ ଦଳ ଗଠନ କରାଯାଇଛି । ଏମାନଙ୍କୁ ମନିଟରିଙ୍ଗ କରିବା ପାଇଁ ୯ ଜଣିଆ ଦଳ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କୁ ନିଯୁକ୍ତି କରାଯାଇଛି । (ସତ୍ୟ ନାରାୟଣ ପ୍ରଧାନ , ବରଗଡ଼ )

Exit mobile version