ଜିଲ୍ଲା ଏସପି ପଦ୍ମିନୀ ସାହୁ ମହିଳା କରୋନା ଯୋଦ୍ଧା ଭାବେ ସମ୍ମାନିତ

ଓଡ଼ିଶା ତାଜା ନ୍ୟୁଜ ( ୩୧ ଜାନୁଆରି ,ରବିବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଏସପି ପଦ୍ମିନୀ ସାହୁ କୋଭିଡ୧୯ ସମୟରେ ଜିଲ୍ଲା ପୋଲିସ କୁ ସୁ ପରିଚାଳନା କରିଥିବା ଯୋଗୁଁ ଜାତୀୟ ମହିଳା କମିଶନ ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ ହୋଇଥିଲେ । କୋଭିଡ ପକ୍ଷରୁ ଜିଲ୍ଲା ରେ ସମସ୍ତ ପ୍ରକାର ବ୍ୟବସ୍ଥା କୁ ସୁଚାରୁ ରୂପେ ସମ୍ପାଦନା କରିବା ରେ ସିଦ୍ଧହସ୍ତ ହୋଇପାରିଥିଲେ । ଏଥିପାଇଁ ଜାତୀୟ ମହିଳା କମିଶନ ପକ୍ଷରୁ ସ୍ବତନ୍ତ୍ର ଭାବେ କୋଭିଡ ମହିଳା ରିଏଲ ହିରୋ ଭାବେ ତାଙ୍କୁ ସମ୍ମାନିତ କରାଯାଇଥିଲା ।  (ସତ୍ୟ ନାରାୟଣ ପ୍ରଧାନ , ବରଗଡ଼ )

Exit mobile version