ରଣପୁର, ବି.ସି. ନୋଡାଲ ଉଚ୍ଚ ବିଦ୍ୟାଳୟର ୭ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଶା ତାଜା ନ୍ୟୁଜ (୩୧ ଜାନୁଆରି,ରବିବାର) ରଣପୁର :- ମନୁଷ୍ୟ ଜନ୍ମ ହେଲେ ଦିନେ ଦିନେ ତାକୁ ମୃତ୍ୟୁ ବରଣ କରି ଏହି ଧରା ପୃଷ୍ଠକୁ ଛାଡି ଯିବାକୁ ପଡିଥାଏ । ସେହିପରି ଜଣେ ଚାକିରୀ କରି କର୍ମ କ୍ଷେତ୍ରରେ କାର୍ଯ୍ୟ କରିଥାଏ ଏବଂ ସରକାରଙ୍କ ନିୟମ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟର ଅବଧି ପରେ ପୁଣି ସେହି ବ୍ୟକ୍ତିଙ୍କୁ କର୍ମ କ୍ଷେତ୍ରରୁ ବିଦାୟ ନେବାକୁ ପଡିଥାଏ । ଏହି ନିୟମ ଅନୁଯାୟୀ ଆଜି ରଣପୁର ବି.ସି. ନୋଡାଲ ଉଚ୍ଚ ବିଦ୍ୟାଳୟର ୭ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଡକ୍ଟର କଳ୍ପନା ରଥ,

ବାସନ୍ତୀ ପଟ୍ଟନାୟକ, କ୍ଷେତ୍ରବାସୀ ସିଂ ଦେଓ ଚାକିରୀରୁ ଅବସର ଗ୍ରହଣ କରିଥିବା ବେଳେ ତପନ କୁମାର ସ୍ୱାଇଁ, ବିପିନ ବିହାରୀ ତ୍ରିପାଠୀ, ଗଦାଧର ବେହୁରା ଚାକିରୀରେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ଯାଇଥିବା ବେଳେ ବିଜୟ କୁମାର ମହାପାତ୍ର ଟ୍ରାନ୍ସଫର ହୋଇ ଯାଇଥିବା ଜଣାପଡିଛି । ଆଜିର ଏହି ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରାଙ୍କ ସଭାପତିତ୍ୱରେ ଓ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

ବିଦାୟ ସଙ୍ଗୀତ କିଛି ଛାତ୍ରୀ ଗାନ କରିଥିଲା ବେଳେ ଶଦ୍ଦ ଓ ସ୍ୱର ସଂଯୋଜନାରେ ଶିକ୍ଷୟତ୍ରୀ ଲୁଇସ୍‌ ଏଲିନା ମିଶ୍ର, ଶୁଭସ୍ମିତା ପାଇକରାୟ, ଶ୍ରଦ୍ଧାଞ୍ଜଳୀ ନନ୍ଦ ଓ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର ସହଯୋଗ କରିଥିଲେ । ଶିକ୍ଷକ ଶତ୍ରୁଘନ ପ୍ରଧାନ, ଶ୍ରଦ୍ଧାଞ୍ଜଳୀ ଦାଶ, ମାନସୀ ବେହେରା, ସସ୍ମିତା ପ୍ରଧାନ, ପ୍ରତିମା ଦେବୀ, ସୋନୁ ଶତପଥି ମାନପତ୍ର ପଠନ କରିଥିଲେ ।

ସମ୍ବର୍ଦ୍ଧନା ସଭାରେ ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀ ଓ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍ମୃତିକୁ ମନେ ପକାଇ ଆଖିରୁ ଲୋତକ ଝରି ଝାଇଥିବା ଦେଖିବାକୁ ମିଳି ଥିଲା । ବିଦ୍ୟାଳୟ କମିଟିର ସଭାପତି ମାଧବ ଚନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉଦ୍ଦେଶ୍ୟରେ କିଛି ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ତିଳୋତମା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କ୍ଲର୍କ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version